STORYMIRROR

Tafizul hussain

Others

3  

Tafizul hussain

Others

ବର୍ଷା

ବର୍ଷା

1 min
178

ଶୁଷ୍କ ମାଟିରେ ଅସରାଏ ବର୍ଷା

ଅବର୍ଣ୍ଣନୀୟ ସେ ମିଳନର ମାଦକତା

ବାସ୍ନାରେ ଯେ ତାର ମଧୁରତା

ଆହାଃ କି ଶାନ୍ତି ତୃପ୍ତ ହୁଏ ପ୍ରାଣ


ଉତପ୍ତ ହୃଦୟର ବିଚଳିତ ସ୍ପନ୍ଦନ

ଆତୁର ଚାତକର ପଞ୍ଝାରୁ ମୁକ୍ତିର ଆନନ୍ଦ

ଅବର୍ଣ୍ଣନୀୟ ସେ ଅଧର୍ଯ୍ୟ ରୋମାଞ୍ଚ 

ଓଃ କି ଉନ୍ମାଦନା ମନମୁଗ୍ଧ ହୁଏ ଆତ୍ମା


ସତେ କେଉଁ ଶତାବ୍ଦୀର ଅପେକ୍ଷା

ଅନ୍ତର ପ୍ରକମ୍ପିତ ତାର ଲେସ ମାତ୍ର ସ୍ପର୍ଶରେ

ଶରୀରରେ ଅନୁଭୂତ ଭୂକମ୍ପର ତରଙ୍ଗ

ଅଙ୍କୁରିତ ନୂତନ ସ୍ଵପ୍ନ ସୁପ୍ତରୁ ତୃପ୍ତିର ଯାତ୍ରା


ନିର୍ଜୀବ କଣିକାରେ ଫେରିଛି ଜୀବନ

ମଲ୍ଲାହାର ତାନରେ ମୟୂରୀର ଚଞ୍ଚଳତା

ବଣ ମଲ୍ଲୀ ଯେ ଚଉଦିଗ ସୁବାସିତ

ପୂର୍ଣ୍ଣତାର ଛବିରେ ପ୍ରତିଫଳିତ ବାସ୍ତବତା ।



Rate this content
Log in