STORYMIRROR

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

3  

ବିଷ୍ଣୁ ପ୍ରସାଦ ମିଶ୍ର & Bishnu Prasada Mishra

Others

ବର୍ଷା

ବର୍ଷା

1 min
14.3K


ବରଷା ଛୁଇଁଛି, ଶ୍ରାବଣର କୋଳ

ମନ୍ଦେ ମନ୍ଦେ ଧରା ବୁକେ,

ମୌସୁମୀ ସାଜିଛି, ବାଦଲ ପ୍ରେମିକା

ଚାନ୍ଦ, ମେଘ ବୁକେ ଦେଖେ.

ନାଲି ଟୁକୁଟୁକୁ ସାଧବ ବୋହୁ ଟି

ହସିହସି ଖେଳେ ମାଟି କୋଳେ,

ବେଙ୍ଗୁଲୀ ପଞ୍ଝାଏ ଖୁସିରେ ରଟନ୍ତି

ସୁଖେ ସାରୁବୁଦା ମୂଳେ.

ସରସ ଓଠର ହରସ ମୁଖରେ

ଚଷା ଧାଏଁ କ୍ଷେତେ ତାର,

କାନ୍ଧରେ ଲଙ୍ଗଳ ହାତେ କଷାବାଡି

ଆଗେ ଚାଲେ ଗୋରୁ ହଳ.

ଶ୍ରାବଣୀ ବରଷା ଜିବେ ହିତକାରୀ

ଚାଷୀ କୂଳେ ଦିଏ ବଳ,

ଜଗତର ହିତେ ବରଷେ ନିମନ୍ତେ

ଯୋଗାଏ ଯିଏ ଆହାର.

ନୁହେଁ ଖାଲି ବର୍ଷା ଶ୍ରାବଣ ପ୍ରେମିକା

ସର୍ବ ପ୍ରାଣ ଦାନକରି,

ରଖେ ସେ ମହତ ଧରା ରାଣୀ ଦେହେ

ନୀଳମେଘି ପାଟେ ଭରି.


ବିଷ୍ଣୁ ପ୍ରସାଦ ମିଶ୍ର

କୋରାପୁଟ

9124049129


Rate this content
Log in