Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharitri Das

Others

4.0  

Dharitri Das

Others

ବର୍ଷା

ବର୍ଷା

1 min
227



ବର୍ଷା କେବେ ଆସିଥାଏ

ସାଥେ ନେଇ ଝଡ଼ ତୋଫାନ

କେବେ ପୁଣି ଝାଞ୍ଜି ପବନ।

ବର୍ଷା କେବେ ଝରିଯାଏ

ଓଦାକରି ପୃଥିବୀର ଛାତି

ନଦୀ ନାଳ କରଇ ଭର୍ତ୍ତି।

ବର୍ଷା କେବେ ଆଣିଦିଏ

କୃଷକ ମନରେ ଆନନ୍ଦ ତ

କେବେ ପୁଣି ଭରଇ ବିଷାଦ।

ବର୍ଷା କେବେ ହୋଇଥାଏ

କୃଷକର ଭରସା ହୋଇ ତ

କେବେ ପ୍ରେମର ଋତୁ ହୋଇ।

ବର୍ଷା ବିନା ପୃଥିବୀରେ

ମରୁଡ଼ିର ସମ୍ଭାବନା ଥାଏ ତ

ପୁଣି ବର୍ଷା ବହୁଳେ ବନ୍ୟା।

ବର୍ଷା ତୋର ମହିମାକୁ

ବର୍ଣ୍ଣିବାକୁ ପାଉ ନାହିଁ ଭାଷା

ସୃଷ୍ଟି ପାଇଁ ତୁହି ତ ଭରସା।



Rate this content
Log in