ବରଷା ତୁମର ଭଲ ପାଇବା
ବରଷା ତୁମର ଭଲ ପାଇବା
ବରଷା ମୌସୁମୀର ତୁମେ ଆସ
ଈର୍ଷା ନ କରି ମୋ ପାଖରେ ବସ
ହସି ହସି ଚେନାଏ ବରଷି ଯାଅ
ଭିଜି ଭିଜାଇ ମୋତେ ଭସାଇ ନିଅ
ଅଳ୍ପ ସମୟର ବନ୍ଧୁତା ଆମର
ତଥାପି ଲାଗେ କେଉଁ ଯୁଗର
ତୁମେ ଖୁବ୍ କମ୍ ସମୟ ପାଇଁ
ତଥାପି ମନ ମୋ ନିଅ ଛୁଇଁ
କିଛି ବରଷ କିଛି ଏ ଦରଦ ହରାଇ
ତୁମେ କେବେ ଚପଳ କିବା ପ୍ରଗଳ୍ଭ ମନାଇ
କେଉଁଠି ରହିଲ ଅବା ଦିଗହରା ହେଲ
ନିଶ୍ଚିତ ଆସିବ ଏ ଚିଠି ଦେଇଥିଲ
ଠିକଣାରେ କିଛି ବୋଧେ ହୁଏ ଅସୁବିଧା
କିମ୍ବା ଚାଲିଗଲ ଆଉ କେହି କଲା ଦୁର୍ବିଧା
ତୁମେ ଆସିଲେ ମୋର ଭିଜିବାର ଥିଲା
ମନର କଥାଟା ମନରେ ରହିଲା
ଭଲପାଏ ତୁମ ସହ ଭିଜିବାର ବେଳାରେ
ତୁମେ ଆସୁଥିବା ବେଳେ ଖୁସି ହୁଏ ମନରେ
କେତେବେଳେ ଛୁଇଁ ଯାଅ ଅଧର ନାଲିର
କେତେ ଭିଜାଇ ଏ ତନୁ ମନ ରୋମାଞ୍ଚ କର
ଶିହରଣରେ ଭରେ ମନ ତଳେ ଭାବନାର ସୁର
ସୁର ସବୁ ବେସୁରା ହୁଏ ନ ପାଇ ତୁମ ମନର ଠାର
ସପନ ସବୁ ଲୁଚି ବସେ ଓଦା ହେବା ଭୟରେ
ଚିପୁଡ଼ା ହେବ ଏଥର ସମ୍ପର୍କର ସେତୁ ଅଧା ବାଟରେ
କି ବାସନା ଭରା ହୃଦୟ ତୁମର
ଛୁଇଁ ଦେଇ ଜୀବନକୁ ଭାବନାରେ ଭର
ରୁକ୍ଷ ଧରଣୀରେ ମନ୍ତ୍ର ଜପି ବାସ୍ନାରେ ଭର
ମାଟିର ବା କି ବାସ୍ନା ବିନା ଛୁଆଁରେ ତୁମର
ତୁମରି ପ୍ରେମରେ ଅନ୍ତଃସତ୍ତ୍ଵା ହୋଇ ଗୌରବରେ
ପ୍ରେମିକାରୁ ବଧୂ ପାଲଟେ ନିରୀମାଖି ଜୀବନରେ
ତୁମ ଦିଆ ତୁମ ଛୁଆଁରେ ଆନମନା ହୋଇ
ପୃଥିବୀଟାକୁ ଛୁଇଁ ଯାଏ ଆକାଶ ପ୍ରେମ ପାଗଳି
ନଇଁ ଆସେ ନିଆଁ ଲିଭାଏ ଉତ୍ତପ୍ତ ଧରଣୀର ଦେହ
ଭୁଲିଯାଏ ପ୍ରେମରେ କିଏ ଧନୀ କିଏ ଗରୀବ କୁହ......
