STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

3  

କବିଶ୍ରୀ ଅକ୍ଷୟ କୁମାର ବେହେରା

Others

ବର୍ଷା ସ୍ମୃତି ମେଘ

ବର୍ଷା ସ୍ମୃତି ମେଘ

1 min
266


ଋତୁ ଚକ୍ରେ ବର୍ଷା ଭରି କେତେ ଆଶା

ଆଷାଢ ମାସରେ ଆସେ,

ମାନବର ଖେଳ ପ୍ରକୃତି କୁ କାଳ

ଅଦିନେ ମେଘ ବରଷେ ।୧।


ମୌସୁମୀ ବରଷା ନାହିଁ ତ ଭରଷା

ଝୁରୁଛି ଆଜି ପ୍ରକୃତି,

ଆଜିର ଅବସ୍ତା ହୋଇବ ସାଇତା

ଅତୀତ ଦିନର ସ୍ମୃତି ।୨।


ଆକାଶରେ ଦିଶେ ମେଘ ମାଳା ଭାସେ

ପବନ ନିଏ ଉଡାଇ,

ଚାହିଁଥାଏ ଚାଷି ଦୁଃଖ ମନେ ବସି

ଲଘୁଚାପ ବର୍ଷା ପାଇଁ ।୩।


ସମୟ ବିତିଲା ଦିନ ବଦଳିଲା

ଅସମୟରେ ହୁଏ ଚାଷ,

ଚାଷି ପୁଅ ଯେତେ ବିଲେ ଦିନ ବିତେ

ମନେ ନଥାଏ ହରଷ ।୪।


ମେଘରୁ ବରଷା ଝରିଲେ ସହସା

ଗୀଷ୍ମରୁ ମୁକ୍ତି ମିଳଇ,

ଉତ୍ତପ୍ତ ଧରଣୀ ସକଳ ଏ ପ୍ରାଣୀ

ଓଠରୁ ହସ ଝରଇ ।୫।


ବିତେ ଦିନ ରାତି ରହିଯାଏ ସ୍ମୃତି

ମେଘ ବରଷା ର ଦିନ,

ହୃଦୟର ତଳେ ଦୀପ ହୋଇ ଜଳେ

ଝୁରି ହେଉଥାଏ ମନ ।୬।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍