ବର୍ଷା ଓ ପି୍ରୟା
ବର୍ଷା ଓ ପି୍ରୟା
1 min
13K
ବର୍ଷା ଓ ପି୍ରୟା
*********
ବର୍ଷା ଛୁଇଁଦେଲେ ଦେହକୁ ମୋହର
ତୁମ କଥା ମନେ ପଡେ
ବରଷାର ଛୁଆଁ ଆଉ ତୁମ ଛୁଆଁ
ଭଙ୍ଗା ମନଟାକୁ ଯୋଡେ।
ପି୍ରୟାର ପ୍ରଥମ ସ୍ପର୍ଶ ପରି ଲାଗେ
ବରଷା ଛୁଇଁଲେ ମୋତେ
ଭାବନାରେ ମୋର ମନ ହଜିଯାଏ
ସିଏ କି ପ୍ରେମିକା ସତେ।
ଏକାପରି ଦୁହେଁ ବର୍ଷା ଆଉ ପି୍ରିୟା
ଇଚ୍ଛା ହେଲେ ବରଷନ୍ତି
ତାଙ୍କରି ଛୁଆଁରେ ଅବୁଝା ମନରେ
ପ୍ରେମ ଉଠେ ଅସରନ୍ତି।
ଚାହିଁଲେବି ତୁମେ ପାରିବନି ଛୁଇଁ
ନଥିଲେ ତାଙ୍କରି ଇଚ୍ଛା
ଧରାଛୁଆଁ ସିଏ ଦେବେ ନାହିଁ ଜମା
କଲେ ତୁମେ ଯେତେ ପିଛା।
ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳହାଟ୍, ପ୍ରୀତିପୁର, ଯାଜପୁର
ମୋ- ୦୮୮୯୨୩୦୧୧୪୩
