STORYMIRROR

Sonali Swain

Others

3  

Sonali Swain

Others

ବର୍ଷା ଭିଜା ସନ୍ଧ୍ୟା

ବର୍ଷା ଭିଜା ସନ୍ଧ୍ୟା

1 min
550

ବର୍ଷା ଭିଜା ସନ୍ଧ୍ୟା   

ହାତରେ କପେ ଗରମ ଚା.. 

ଆଖି ଆଗରେ ଫାଙ୍କା ଚିଆର 

ଆଉ କପେ ଚା ଟେବୁଲ ଉପରେ 

ପୁରାପୁରି ଥଣ୍ଡା..

ମନ ଭିତରେ ଅତୀତ ର, 

କିଛି ସ୍ମୃତି ଆଉ କିଛି ଅନୁଭୂତି 


ଫାଙ୍କା ଚିଆର, 

ତୁମ ଅନୁପସ୍ଥିତି ଜାହିର କରେ 

ଆଉ ବର୍ଷା ଭିଜା ସନ୍ଧ୍ୟା 

ଏକୁଟିଆପଣକୁ ଖୋରାକ ଯୋଗାଏ 


ଟିକେ ଦୁରକୁ ଦୁରକୁ ଅନେଇଲେ 

କଳା ବାଦଲ ପୁରା ଭୟଙ୍କର ଦିଶେ 

ସନ୍ଧ୍ୟା ର ଆଗମନ ସହ 

ସେ ଦୁଷ୍ଟ ବେଶୀ ପସନ୍ଦ କରେ କଳା ଜାକେଟା ଟାକୁ 


ତୁମେ ତ ଅଜବ ମଣିଷ 

ତୁମକୁ ବର୍ଷା ପସନ୍ଦ 

କିନ୍ତୁ କଳା ବାଦଲ ନୁହେଁ 

ଆରେ କେମତି ବୁଝେଇବି 

ବର୍ଷା ଆଉ କଳାବାଦଲର ସମ୍ପର୍କ? 

ଆଉ କେମତି କହିବି ଜଣଙ୍କର ଅନ୍ୟ ଜଣଙ୍କ ବିନା ଅସ୍ତିତ୍ୱ 


ଠିକ ଆମ ପରି ନା, 

ତୁମକୁ ଥଣ୍ଡା ଚା ପସନ୍ଦ 

ଆଉ ମୋତେ ଗରମ ଚା 

ତୁମର ସେ ନାଲି ଟିକି ସାଧବପୋକ କୁ ପ୍ରେମ

ଆଉ ମୋର ସେ ନାଲି ପୋକ ପ୍ରତି ଇର୍ଷା 

ତୁମକୁ ବର୍ଷା ପସନ୍ଦ 

ଆଉ ମୋତେ ବର୍ଷା ଭିଜା ସନ୍ଧ୍ୟା ର ସ୍ପର୍ଶ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍