STORYMIRROR

Jayanta Janapriya Mahakur

Others

3  

Jayanta Janapriya Mahakur

Others

ବର୍ଷା ଆସିଛି

ବର୍ଷା ଆସିଛି

1 min
278

ପୃଥିବୀ ଗଛରେ ନୂଆ ଫୁଲ ଫୁଟିଛି

ଲୋକେ କହୁଛନ୍ତି ବର୍ଷା ଋତୁ ଆସିଛି

ଆଣିଛି ସାଙ୍ଗରେ କେତେ ଯେ ଆଶା

ତ ଅନ୍ୟ କେଉଁଠି ଘୋଟିଯାଏ କେବଳ ନିରାଶା

କେଉଁଠି ପିଲାଟିଏ କିଣୁଥାଏ ରେନିକୋଟ୍ ସ୍କୁଲ ଯିବା ପାଇଁ

ତ ଆଉ କେଉଁଠି ପିଲାଟିଏ ଘର ସଜାଡୁଥାଏ ରହିବା ପାଇଁ

ଜଣେ ପକୁଡ଼ି ଛାଣୁଥାଏ ବର୍ଷାର ଉପଭୋଗ ପାଇଁ

ତ ଆଉଜଣେ ହନ୍ତସନ୍ତ ହେଉଥାଏ ଚୁଲି ଜାଳିବା ପାଇଁ

ଗୁଡ଼ାଏ ସାଙ୍ଗ ବାଦାମ୍ ଧରି ନଦୀବଢୀ ଦେଖୁଥାନ୍ତି

ତ ଆଉ କେଉଁଠି ଗୁଡ଼ାଏ ପରିବାର ସ୍ଥାନାନ୍ତର ହେଉଥାନ୍ତି

କେତେକ ଏଠାରେ ଇନ୍ଦ୍ରଧନୁ ଦେଖିବାରେ ବ୍ୟସ୍ତ

ତ ଆଉ କେତେକ ଧନଜୀବନ ହେଲାଣି ବିପର୍ଯ୍ୟସ୍ତ

ଦୁନିଆ କହୁଛି ଆନନ୍ଦ ରେ ଚାଷ କରେ କୃଷକ

କ'ଣ ସେ କେବେ ବଜ୍ରପାତରେ ମାପିଛି ହୃତସ୍ପନ୍ଦନ କୃଷକର

ଏଠି ବର୍ଷା ବିଷୟରେ ଲେଖିବାରେ ଲେଖକ ବ୍ଯସୃ

ମାତ୍ର ତା ଲେଖାର ଚରିତ୍ର ମାନଙ୍କ ଜୀବନ ସେଠି ଅସ୍ତବ୍ୟସ୍ତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍