STORYMIRROR

Chandrakanta Nayak

Others

3  

Chandrakanta Nayak

Others

ବର୍ଣ୍ଣନା କରି ହୁଏନି

ବର୍ଣ୍ଣନା କରି ହୁଏନି

1 min
340

ମାଗିବିନି କେବେ ମୋ ମୁହଁ କୁ ଖୋଲି

ଆଗରୁ ଦେଇଛ ମୋ ଅଞଳୀ ଭରି

ସବୁତ ପାଇଛି ମୁହିଁ

କେମିତି କହିବି ଦେଇ ନାହଁ ବୋଲି ପାପି ଟିଏ ଯିବି ହୋଇ॥

ତୁମରି ଆଦର ଚଳ ଚଂଚଳ ସଦା ଦେଖ ଆମ ସୁଖ

ମନ ଭରି ଯାଏ ଯେମିତି ହେଲେ ବି ଦେଖୁ ଦେଲେ ତୁମ ମୁଖ !!

ଆଗ୍ରହ ତୁମର ସାଗରୁ ଗଭୀର କଳନା ହୁଏନା କରି

ତୁମକୁ କେମିତି ବର୍ଣ୍ଣନା କରିବି ଭାଷା ମୁଁ ଯାଇଛି ଭୁଲି!!

ଆଶାର ଆଲୋକ ତୁମେ ମୋର ପରା ଦେବୀ ମୋ ଦେବତା ତୁମେ

ଯେତେ ପୂଜା କଲେ ଅଧୁରା ରହିବ ପୂର୍ଣ୍ଣ ପୂର୍ଣ୍ଣମୟ ତୁମେ!!

କେବଳ ପ୍ରାର୍ଥନା ଏତିକି କାମନା ତୁମ ଠାରୁ କରେ ଆଶା

ସେତିକି ମାତର ସେନେହ ମୋ ଲୋଡା ଧନ୍ୟ ହେଉ ମନୋବଞ୍ଚା॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍