ବର୍ଣ୍ଣମାଳା ଗୀତ
ବର୍ଣ୍ଣମାଳା ଗୀତ
*ଓଡ଼ିଆ ଅକ୍ଷରେ କାର୍ଟୁନ ଶିକ୍ଷା* ର
*ବର୍ଣ୍ଣମାଳା ଗୀତ*
*ଅ* ଟି ଚାହିଁଛି ଆଖି ତରାଟି,
*ଆ* ର ମୁଣ୍ଡେ ଦେଖ ଲମ୍ବା ଚୁଟି ।
*ଇ* ସାଜିଛି ଆମ ଗାନ୍ଧୀ ବୁଢ଼ା,
*ଈ* ର କାଳିଆ ନିଶଟି ମୋଡା ।
*ଉ* ର ଦେଖ ନାକଟି ଚେପେଟା,
*ଊ* ର ଗଣିବ ଜଟ କେତେଟା ।
*ଋ* ର ମୁହଁ ସଦା ଗାରୁ ଗାରୁ
*ଋ* ଟି ସାଜିଛି ନେତାଙ୍କ ଗୁରୁ ।
*ଏ* କହେ ଆମ ଏକତା କଥା,
*ଐ* ଟି ସାଜିଛି ଜଗତ ଜିତା ।
*ଓ* ର ନାକ ତଳେ ନିଶ ଥିବ,
*ଔ* ଟି ସାଜିଛି ଅଜବ ଜୀବ ।
*କ* କୁ ହୋଇଛି କୋରନା ଜର,
*ଖ* କୁ ଘାରିଛି ଭୁତାଣୁ ଡର ।
*ଗ* ଟି ସାଜିଛି ନିପଟ ଗଧ,
*ଘ* ର ଗର୍ଜନେ ଥରୁଛି ପାଦ ।
*ଙ* ଟି ବସିଛି ବେଙ୍ଗ ପରି,
ଆଗକୁ ଯିବ ସିଏ ଡିଆଁ ମାରି ।
*ଚ* ର ଚମକେ ଚନ୍ଦନ ଟୋପା,
*ଛ* ଟି ଚାହିଁଚି ହୋଇଣ ଖପ୍ପା ।
*ଜ* ସାଜିଛି ବାବା ଜଟାଧାରୀ,
*ଝ* ର ଝମେଲା ହେଉନି ବାରି ।
*ଞ* ର ଜଞ୍ଜାଳ କମୁନି ତିଳେ,
ବସି ଭାବେ ସଦା ସଞ୍ଜ ବେଳେ ।
*ଟ* ଟି ଶୁଣେନି ଟାହି ଟାପରା,
*ଠ* ଟି ଠକକୁ ଦିଏନି ଧରା ।
*ଡ* କୁ ମାଡୁଛି କୋରନା ଡର,
*ଢ* ଟି ଢୋଳାଏ ଘର ଭିତର,
*ଣ* ର ମୁହଁଟି ଵହୁତ ଟାଣ,
ଲାଙ୍ଗୁଡ଼ ଯାକି ବଞ୍ଚାଏ ପ୍ରାଣ ।
*ତ* ଟି ସବୁବେଳେ ତରତର,
*ଥ* ଟି କହେ ଟିକେ ଥୟ ଧର ।
*ଦ* ର ମୁଣ୍ଡେ ଦେଖ ଦାଦା ଟୋପି,
*ଧ* ଟି ଯାଇଛି ରାଗରେ କମ୍ପି ।
*ନ* ରେ ଆଙ୍କ ନୀଳରକ୍ତ କଙ୍କଡ଼ା,
ବୁଲନ୍ତି ସଦା ହୋଇଣ ଯୋଡ଼ା ।
*ପ* କୁ ମାନୁଛି ଧଳା ପଗଡି,
*ଫ* ଟି ବସିଛି ଲାଙ୍ଗୁଡ଼ ମୋଡି ।
*ବ* ଟି ହସୁଛି ବୋବାଲ ହସ,
*ଭ* ର ଦେଖ ଭୟଙ୍କର ନିଶ ।
*ମ* ଟି ମୋ ମନର ମାଆ ପରି,
*ଯ* ଟି ଯମର ସାଙ୍ଗର ଶାଳୀ ।
*ର* ର ପାଟିରେ ରସମଲେଇ,
*ଳ* ଟି ବସିଛି ପେଟ ଫୁଲାଇ ।
*ଶ* କୁ ଶୋଭେ ଫ୍ରେଞ୍ଚକଟ୍ ଦାଢି,
*ଷ* ଟି ଚାହିଁଛି ପାଟି କାମୁଡ଼ି ।
*ସ* ପରି ନାହିଁ ସରଳ ଲୋକ,
*ହ* ଟି ହସେ ଭୁଲି ନିଜ ଦୁଃଖ ।