STORYMIRROR

Pradeep Kumar Panda

Children Stories

4  

Pradeep Kumar Panda

Children Stories

ବର୍ଣ୍ଣମାଳା ଗୀତ

ବର୍ଣ୍ଣମାଳା ଗୀତ

2 mins
23.1K


*ଓଡ଼ିଆ ଅକ୍ଷରେ କାର୍ଟୁନ ଶିକ୍ଷା* ର

*ବର୍ଣ୍ଣମାଳା ଗୀତ*

*ଅ* ଟି ଚାହିଁଛି ଆଖି ତରାଟି,

*ଆ* ର ମୁଣ୍ଡେ ଦେଖ ଲମ୍ବା ଚୁଟି ।

*ଇ* ସାଜିଛି ଆମ ଗାନ୍ଧୀ ବୁଢ଼ା,

*ଈ* ର କାଳିଆ ନିଶଟି ମୋଡା ।

*ଉ* ର ଦେଖ ନାକଟି ଚେପେଟା,

*ଊ* ର ଗଣିବ ଜଟ କେତେଟା ।

*ଋ* ର ମୁହଁ ସଦା ଗାରୁ ଗାରୁ

*ଋ* ଟି ସାଜିଛି ନେତାଙ୍କ ଗୁରୁ ।

*ଏ* କହେ ଆମ ଏକତା କଥା,

*ଐ* ଟି ସାଜିଛି ଜଗତ ଜିତା । 

*ଓ* ର ନାକ ତଳେ ନିଶ ଥିବ,

*ଔ* ଟି ସାଜିଛି ଅଜବ ଜୀବ ।

*କ* କୁ ହୋଇଛି କୋରନା ଜର,

*ଖ* କୁ ଘାରିଛି ଭୁତାଣୁ ଡର ।

*ଗ* ଟି ସାଜିଛି ନିପଟ ଗଧ,

*ଘ* ର ଗର୍ଜନେ ଥରୁଛି ପାଦ ।

*ଙ* ଟି ବସିଛି ବେଙ୍ଗ ପରି,

ଆଗକୁ ଯିବ ସିଏ ଡିଆଁ ମାରି ।

*ଚ* ର ଚମକେ ଚନ୍ଦନ ଟୋପା,

*ଛ* ଟି ଚାହିଁଚି ହୋଇଣ ଖପ୍ପା ।

*ଜ* ସାଜିଛି ବାବା ଜଟାଧାରୀ,

*ଝ* ର ଝମେଲା ହେଉନି ବାରି ।

*ଞ* ର ଜଞ୍ଜାଳ କମୁନି ତିଳେ,

ବସି ଭାବେ ସଦା ସଞ୍ଜ ବେଳେ ।

*ଟ* ଟି ଶୁଣେନି ଟାହି ଟାପରା,

*ଠ* ଟି ଠକକୁ ଦିଏନି ଧରା ।

*ଡ* କୁ ମାଡୁଛି କୋରନା ଡର,

*ଢ* ଟି ଢୋଳାଏ ଘର ଭିତର,

*ଣ* ର ମୁହଁଟି ଵହୁତ ଟାଣ,

ଲାଙ୍ଗୁଡ଼ ଯାକି ବଞ୍ଚାଏ ପ୍ରାଣ ।

*ତ* ଟି ସବୁବେଳେ ତରତର,

*ଥ* ଟି କହେ ଟିକେ ଥୟ ଧର ।

*ଦ* ର ମୁଣ୍ଡେ ଦେଖ ଦାଦା ଟୋପି,

*ଧ* ଟି ଯାଇଛି ରାଗରେ କମ୍ପି ।

*ନ* ରେ ଆଙ୍କ ନୀଳରକ୍ତ କଙ୍କଡ଼ା,

ବୁଲନ୍ତି ସଦା ହୋଇଣ ଯୋଡ଼ା ।

*ପ* କୁ ମାନୁଛି ଧଳା ପଗଡି,

*ଫ* ଟି ବସିଛି ଲାଙ୍ଗୁଡ଼ ମୋଡି ।

*ବ* ଟି ହସୁଛି ବୋବାଲ ହସ,

*ଭ* ର ଦେଖ ଭୟଙ୍କର ନିଶ ।

*ମ* ଟି ମୋ ମନର ମାଆ ପରି,

*ଯ* ଟି ଯମର ସାଙ୍ଗର ଶାଳୀ ।

*ର* ର ପାଟିରେ ରସମଲେଇ,

*ଳ* ଟି ବସିଛି ପେଟ ଫୁଲାଇ ।

*ଶ* କୁ ଶୋଭେ ଫ୍ରେଞ୍ଚକଟ୍ ଦାଢି,

*ଷ* ଟି ଚାହିଁଛି ପାଟି କାମୁଡ଼ି ।

*ସ* ପରି ନାହିଁ ସରଳ ଲୋକ,

*ହ* ଟି ହସେ ଭୁଲି ନିଜ ଦୁଃଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍