STORYMIRROR

pranati Mahapatra

Others

3  

pranati Mahapatra

Others

ବର୍ଣ୍ଣିଛନ୍ତି ଶ୍ରୀପଦ୍ମମୁଖ

ବର୍ଣ୍ଣିଛନ୍ତି ଶ୍ରୀପଦ୍ମମୁଖ

1 min
405

ବର୍ଣ୍ଣିଛନ୍ତି ବ୍ୟାସରୂପୀ ଶ୍ରୀପଦ୍ମମୁଖ

🏵🏵🏵🏵🏵🏵🏵🏵🏵


ଶୁକ୍ଳାମ୍ବରଧରଂ ବିଷ୍ଣଂ ଶଶୀବର୍ଣ୍ଣଂ ଚତୁର୍ଭୁଜଂ,

ପ୍ରସନ୍ନବଦନଂ ଧ୍ୟାୟେତ୍ ସର୍ବବିଘ୍ନ ପଶାନ୍ତୟେ।

ଜଗତନାଥାୟ ପ୍ରଭୁ ନୀଳାଦ୍ରି ନାଥ ବିହାରୀ,

ତବଶ୍ରୀପାଦେ ନମିଣ କରୁଛି ଗୁହାରି।

ନୈମିଷାରଣ୍ୟେ ସୁତ ସାଥେ ମୁନିଜନେ,

ସଂସାର ଧର୍ମ ଭାବ ଠାରୁ ଶ୍ରେଷ୍ଠ କେ କେଉଁ ଗୁଣେ।

ସର୍ବଧର୍ମ ପରେ କେଉ ଶ୍ରେଷ୍ଠ ଧର୍ମ

ଅଛି କି ତାହାର ତତ୍ତ୍ଵ କି ମର୍ମ।

ମୁନି କହନ୍ତି ପଙ୍କଜପୁରାଣ ଉତ୍ତରାଖଣ୍ଡ ବାଣୀ,

ବ୍ୟାସରୂପୀ ବିଷ୍ଣୁ ଶ୍ରୀମଖୁ ନିର୍ଗତ କାର୍ତ୍ତିକ ବ୍ରତ କାହାଣୀ।

ମାସ ମଧ୍ୟରେ ଶ୍ରେଷ୍ଠ ମାସ ଅଟଇ ସେ ପରା କାର୍ତ୍ତିକ,

ବ୍ରତ ମଧ୍ୟରେ ସର୍ବଶ୍ରେଷ୍ଠ କାର୍ତ୍ତିକ ବ୍ରତ

ମହାକୃତ୍ୟ।

କଳ୍ପଦୃମ ତଳେ ଗୋବିନ୍ଦ ସତ୍ୟା ଯେ ଆଳାପ କରନ୍ତି।,

ହରିଚରଣ ଧ୍ୟାୟୀ ଦେବଶର୍ମା ଚନ୍ଦ୍ରହୋତୃ ମୋକ୍ଷ କହନ୍ତି।

ସୌର,ଗାଣପତ୍ୟ,ଶୈବ,ଶାକ୍ତ ଯେ ବୈଷ୍ଣବ,

ଏ ପଞ୍ଚଆତ୍ମା ପୂଜିଲେ ବିଷ୍ଣ ପ୍ରସନ୍ନ ସେ ନର।

ସତ୍ୟଭାମାଙ୍କ ପୂର୍ବଜନ୍ମ,ଶଙ୍ଖାସୁର ବେଦ ହରଣ,

ପ୍ରଭୁଙ୍କ ମତ୍ସ୍ୟାବତାର ବଦ୍ଧ ବେଦଚୌର ଶଙ୍ଖାସୁର।

ତା ସଙ୍ଗେ ହବିଷ ବ୍ରତ କାର୍ତ୍ତିକ ପଞ୍ଚୁକ,

ବିଧିବିଧାନ ସହ ବଖାଣନ୍ତି ଯେ ପଦ୍ମମୁଖ।

କାର୍ତ୍ତିକେ ପ୍ରାତଃ ଜଳେ ଶୁଦ୍ଧସ୍ନାନ ହୋଇ ବ୍ରତାଚାରୀ,

କାଶୀ ବାରଣାସୀ, ପ୍ରୟାଗ ବଦ୍ରିକା ସ୍ନାନେ ନ ଦଣ୍ଡେ ଦଣ୍ଡଧାରୀ।

ମଧୁମାଂସାଦି ଯେ ଆମିଷ,କୋଳଥ ମସୁର ଓ ମାଂସ,

ବ୍ରତୀ ନ ଭକ୍ଷନ୍ତି ବର୍ତ୍ତିକା କୁଷ୍ମାଣ୍ଡ ମଧୁରାଳ।

ବହୁବୀଜିର ଫଳ ସହ ଅଜା ମଇଁଷି କ୍ଷୀର,

ତାମ୍ବୁଳ ଭଳି ମୁଖବାସ ନିନ୍ଦିତ ଦ୍ରବ୍ଯର ଆହାର।

ମିଥ୍ୟା, କୁସଙ୍ଗ,କ୍ରୋଧ ହିଂସା,ବିଳାସ ବ୍ୟସନର ଇଚ୍ଛା,

ମହାକାର୍ତ୍ତିକେ ତେଜି ସଦାପ୍ରଭୁଙ୍କ ପଦେ ଯାର ନିଷ୍ଠା।

ବିଷ୍ଣ ଶ୍ରୀପଦେ ରଖି ଲୟ,ହୃଦେ ସ୍ମରିଣ ହରି ନାମ,

ତିଳ କାଞ୍ଚନ ଗୋ,ଅନ୍ନ,ବସ୍ତ୍ରାଦି ବିପ୍ରେଦାନ,

ପୁଷ୍ପ ସୁଗନ୍ଧ ଝୁଣା ଘୃତବତୀ,ଫଳ ଅର୍ପଣ କରି,

ଅତି ଭକ୍ତି ସହ ଗୋବିନ୍ଦମାଧବ ପୂଜାର୍ଚ୍ଚନା କରି।

ହବିଷ ଶତଗୁଣ ପୁଣି ଉଦ୍ଜାପନର ଲକ୍ଷେଗୁଣ,

 କାର୍ତ୍ତିକେ ଯାଗଯୋଗରେ ମିଳେ ବୈକୁଣ୍ଠରେ ସ୍ଵର୍ଗଭୋଗ।

ନୀତି ନୀୟମେ ନିଷ୍ଠା ସହ ଷଢରିପୁ ସଂଯମରେ,

ଯେ ଜନ କାର୍ତ୍ତିକେ ପଞ୍ଚୁକ ହବିଷ୍ୟ ବ୍ରତ କରେ।

ବିଷ୍ଣୁ ଲୋକରେ ଭୋଗେ ସେହି ସ୍ଵର୍ଗସୁଖ,

ଏକଥା ବର୍ଣ୍ଣନା କରିଛନ୍ତି ସ୍ଵୟଂ ପଦ୍ମମୁଖ।




Rate this content
Log in