STORYMIRROR

ABADHOOT PANDA

Others

4  

ABADHOOT PANDA

Others

ବ୍ରହ୍ମାଣ୍ଡିୟ ମିଳନ

ବ୍ରହ୍ମାଣ୍ଡିୟ ମିଳନ

2 mins
10

ବ୍ରହ୍ମାଣ୍ଡିୟ ମିଳନ *************** ଏକ ଏକକୋଷିୟ ବ୍ରହ୍ମାଣ୍ଡ ଧାରକ ପ୍ରାଣୀ ମଧ୍ୟରେ ଥିଲା ବିଦ୍ୟମାନ ଅନନ୍ତତା, ଜାଗତିକ ବିକାଶମୂଳକ ଲକ୍ଷ୍ୟ ଥିଲା ତାର ଦୃଢ଼ ସଂକଳ୍ପିତ ଓ କରିଥିଲା ଅଭିପ୍ସା ବୃଦ୍ଧିପ୍ରାପ୍ତ ହେବାକୁ ବହୁବାର ଅନନ୍ତ କାଳ ଯାଏଁ ସୃଷ୍ଟି କରି ଅସଂଖ୍ୟ ବହୁକୋଷି ପ୍ରାଣୀ ନିଜ ସତ୍ତାରୁ ଓ କରିବାକୁ ଅନେକ ସତ୍ତା ପ୍ରତିଷ୍ଠା ଜଗତେ ଅଗଣିତ ଅତୀବ ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ମନୁଷ୍ୟଜାତି ଓ କରିଥିଲା ବିସ୍ତୃତ ସେମାନଙ୍କ ଶାନ୍ତ ସାମ୍ରାଜ୍ୟ ତାର ଲବ୍ଧ ଜ୍ଞାନ ବିନିଯୋଗେ ଯାହା ଦ୍ୱାରା ବ୍ୟକ୍ତି ବିଶେଷଙ୍କ ଉଜ୍ଜ୍ୱଳ ବ୍ୟକ୍ତିତ୍ବ ହୋଇଥିଲା ବିକଶିତ ଧରା ଧାମେ l ସମ୍ପୂର୍ଣ୍ଣତା ମଧ୍ୟରୁ ବିଛୁରିତ ହୋଇଥିଲା ଅନେକ ପୂର୍ଣ୍ଣତା ଆଉ ସେହି ପୂର୍ଣ୍ଣତା ମଧ୍ୟରୁ ସୃଷ୍ଟି କରିଥିଲା ଆହୁରି ଏକ ଏକ ସ୍ୱୟଂ ସମ୍ପୂର୍ଣ୍ଣ ମାନବୀୟ ସତ୍ତା, ଅଧୁନା ସେଇ ସ୍ୱୟଂ ପୂର୍ଣ୍ଣତା ରଖୁଛି ତାର ଅସ୍ତିତ୍ବ ବଜାୟ ଏକ ପ୍ରତିଫଳନଶୀଳ ଦର୍ପଣ ସଦୃଶ ସମଗ୍ର ଜଗତେ ସୃଷ୍ଟି କରି ଚାଲିଛି ଆହୁରି ଅନେକ ଦର୍ପଣ ଅଦ୍ୟାବଧି ତାର ପ୍ରତିଫଳନାତ୍ମକ ଶକ୍ତିଶାଳୀ ସତ୍ତାରୁ ଯାହା ଅନନ୍ତ ସୃଷ୍ଟିର ଅବଧାରକ ତଥା ବିଧାୟକ l ସେହି ସମ୍ପୂର୍ଣ୍ଣ ଅନନ୍ତତା ହୋଇ ପାରିଥିଲା ପୂର୍ଣ୍ଣ ସମର୍ଥ ଏକାକୀ ଶକ୍ତିଶାଳୀ ରକ୍ଷା କବଚ ପରି ଏକ ଦୁର୍ଗ ଯାହାକି ପ୍ରତିରୋଧ କରି ଚାଲିଛି ସର୍ବ ନକାରାତ୍ମକ ମାନବୀୟ ଗୁଣାବଳୀକୁ ଯଦ୍ୱାରା ଆଙ୍କି ପାରିଛି ସେ ଏକ ବିରାଟ ସହାନୁଭୂତି ପୂର୍ଣ୍ଣ ବଳୟ ତାର ଐକ୍ୟବଦ୍ଧ ସୁପ୍ରବୃତ୍ତିର ତୀବ୍ର ଆବରଣ ଗଠିତ ରାଜପ୍ରାସାଦର ଚାରିପାଖେ ଏକ ବିରାଟ ପ୍ରାଚୀର- ପରିଧି ଯାହା ଭିତରେ ସମସ୍ତ ମାନବଗଣଧାରୀ ଭୁଗୋଲୋକ ବିଦ୍ୟମାନ ଏକ ମନ ପ୍ରାଣସହ ଯୋଜନା କରିବାକୁ ଏକ ମହତ୍ତ୍ୱପୂର୍ଣ୍ଣ ବ୍ରହ୍ମାଣ୍ଡିୟ ଚମତ୍କାରୀତା ସ୍ୱାର୍ଥବିହୀନ ଭାବେ ମାନବ କଲ୍ୟାଣ ସାଧନେ ଅନନ୍ତ କାଳ ଯାଏଁ l ଏକ ଜାଗତିକ ଐକ୍ୟର ପ୍ରତୀକ ଜଗତ କଲ୍ୟାଣକାରୀ ଗଡ଼ ହେଲା ନିର୍ମିତ ଉକ୍ତ ପ୍ରଭାବଶାଳୀ ଆଭରଣର ପରିବେଷ୍ଟନେ ଯେଉଁଠି ସମସ୍ତ ମନୁଷ୍ୟଗଣ କରିଥିଲେ ବାସ ସୁଖ ସୌହାର୍ଦ୍ୟ ପୂର୍ଣ୍ଣ ଅନୁକୂଳ ବାତାବରଣେ, ଏହି ଶୈଳୀରେ ହେଲା ଆବିର୍ଭାବ ଅସଂଖ୍ୟ ବହୁକୋଷୀୟ ପ୍ରାଣୀ ଯେଉଁମାନେ କି ହୋଇଥିଲେ ବିଭୁଷିତ ବିଶ୍ଵବ୍ୟାପୀ ସାର୍ବଲୌକିକ ପ୍ରେମୀଳ ଚର୍ମ ସ୍ପର୍ଶର ଅମୃତ ଧାରାରେ ଧରା ପୃଷ୍ଠେ,ଏକ ଏକ ଏକୀକୃତ ପ୍ରାଣୀ ଯିଏ କି ବିଦ୍ୟମାନ ସର୍ବଶ୍ରେଷ୍ଠ ଦ୍ବିପଦ ପ୍ରାଣୀ ମନୁଷ୍ୟ ରୂପରେ l ଉକ୍ତ ସର୍ବବ୍ୟାପକ ଐକ୍ୟବଦ୍ଧ ସତ୍ତା ଦେଖିଥିଲା ସପନ ଗଢି ବାକୁ ଏକ ବ୍ରହ୍ମାଣ୍ଡିୟ ବିଶାଳକାୟ ମାନବୀୟ ସତ୍ତାକୁ ଯିଏ କି ସୁସଙ୍ଗଠିତ ହେଇଥିଲା ସୁକେନ୍ଦ୍ରିକ ଭାବେ ସାର୍ବଜନୀନ ସୁଗୁଣପୂର୍ଣ୍ଣ ମାନବ ରୂପେ ଗୋଷ୍ଠୀକେନ୍ଦ୍ରୀକ ସେଇ ବ୍ରହ୍ମାଣ୍ଡିୟ ମହାକାୟ ମଣିଷର ଅଧ୍ୟବସାୟରେ ଉତ୍କୃଷ୍ଟତମ ଆଶାପୋଷଣ ପୂର୍ବକ କରଣାର୍ଥେ ଅଭିନନ୍ଦନ ପ୍ରତ୍ୟେକ ଓ ସମସ୍ତ ମାନବ ଜାତିକୁ ଓ ସାର୍ବଜନୀନ ଚିନ୍ତାଧାରାରେ ମଙ୍ଗଳକାର୍ଯ୍ୟ ସାଧନ ଥିଲା ତାର ଅନ୍ତିମ ଉଦ୍ଦେଶ୍ୟ ସମଷ୍ଟିଗତ ଅନେକ ସତ୍ତାର ମିଳିତ ସଙ୍ଘ ମଧ୍ୟରୁ କରି ଜ୍ଞାନ ଆହରଣ ନିଜକୁ କରିଥିଲା ପ୍ରତିପାଦିତ ସେ ଜଣେ ମାନବୀୟ-ଈଶ୍ବର ରୂପେ ମାନବଜାତିର ସୁଗୁଣାବଳୀ କରି ପ୍ରଚାରିତ ବିଶ୍ୱମଣ୍ଡଳେ ମାନବ ଏକତା ରୂପୀ ଦେବତ୍ୱର ପରାକାଷ୍ଠା ଚିରନ୍ତନ l ଉଦ୍ଦୀୟମାନ ଚୁମ୍ବକୀୟ ଜାଗରଣ ସମ ଏକ ବ୍ରହ୍ମାଣ୍ଡିୟ ନବୀନ ଉନ୍ମାଦନା ହେଇଥିଲା ଉଦ୍ରେକ ଏକତାବଦ୍ଧ ବ୍ରହ୍ମାଣ୍ଡିୟ ଶକ୍ତି ଦ୍ୱାରା ଆଉ ସମସ୍ତ ସତ୍ତା ଦେଇଥିଲେ ଯୋଗ ନିର୍ମାଣ କରଣାର୍ଥେ ଏକ ମାନବୀୟ ସତ୍ତା ଯିଏ କି ଥିଲା ପରମେଶ୍ଵରଙ୍କ ସହ ଜଡ଼ିତ ବହନ କରି ତାଙ୍କର ବିଶ୍ୱବ୍ରହ୍ମାଣ୍ଡିୟ ଏକାତ୍ମକ ଉର୍ଜା, ଜନ୍ମ ଲାଭ କରି ପୃଥିବୀ ପୃଷ୍ଟେ ଐଶ୍ଵରୀୟ ଆଭା ସହିତ, ତାହାର ମନପ୍ରାଣକୁ ଉତ୍ସର୍ଗ କରି ଦେଇଥିଲା ପୁରାପୁରି ପ୍ରତିଷ୍ଠା କରଣେ ଏକ ଆଦର୍ଶ ମାନବସମାଜ,ରତ ରହି ସର୍ବଦା ସର୍ତ୍ତବିହୀନ ମାନବୀୟ ସେବା କର୍ମରେ ଗଢ଼ି ତୋଳିବାକୁ ଏକ ଆଦର୍ଶ ମାନବ ସମାଜ ଭୁନିଳୟେ l Poem : THE COSMIC UNION Writer: Bhagirath Choudhary Date: 17.11.24 Odia Translator : Abadhoot Panda.                     


Rate this content
Log in