ବରଗଡ଼ ଯିବା ବୁଲି
ବରଗଡ଼ ଯିବା ବୁଲି
ବରଗଡ଼ ଯିବା ବୁଲି
ଓଡ଼ିଶାର ପଶ୍ଚିମରେ ଅବସ୍ଥିତ
ଆମ ବରଗଡ଼ ଜିଲ୍ଲା,
ପଶ୍ଚିମରେ ଛତିଶଗଡ଼ ରାଜ୍ୟ ଉତ୍ତରରେ
ସମ୍ବଲପୁର ଜିଲ୍ଲା।(୧)
ଦକ୍ଷିଣରେ ବଲାଙ୍ଗୀର ସୁବର୍ଣ୍ଣପୁର
ଦକ୍ଷିଣ ପଶ୍ଚିମେ ନୂଆପଡ଼ା,
୫୮୩୨ ବର୍ଗ କି .ମି ଆୟତନ
୧,୩୪୫,୬୦୧ଲୋକସଂଖ୍ୟା।(୨)
ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ
ହୋଇଅଛି ବରଗଡ଼,
ଓଡ଼ିଶାର ଭାତହାଣ୍ଡି ଲୋକମୁଖେ
ନାମ ଅଛି ବରଗଡ଼।(୩)
ମହାନଦୀ ପରେ ହୀରାକୁଦ ବନ୍ଧ
ହୋଇଛି ଜଳସେଚନ,
କୃଷିବହୁଳ ଏ ନାନା ଶସ୍ୟେ ପୂର୍ଣ୍ଣ
ଉତ୍ତରରେ ଚାଷ ଧାନ।(୪)
ଦୁଇ ସଦର ମହକୁମା ବରଗଡ଼ ପଦ୍ମପୁର
୧୨ ପଞ୍ଚାୟତ ସମିତି,
ନୃସିଂହ ନାଥ ବୈଷ୍ଣବ ମନ୍ଦିର
ଦର୍ଶନୀୟ ସ୍ଥାନ ପ୍ରସିଦ୍ଧି।(୫)
ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ
ଏହି ବୈଷ୍ଣବ ମନ୍ଦିର,
ମାର୍ଜାର ରୂପେ ପୂଜା ପାଉଛନ୍ତି
ପ୍ରଭୁ ନୃସିଂହ ଠାକୁର।(୬)
ଦେବୀଗଡ଼ ଅଭୟାରଣ୍ୟ
ଧନୁଯାତ୍ରା ମନୋରମ ଦୃଶ୍ୟ,
ପଶାପାଲି ଶାଢ଼ୀ ମନ ନିଏ ଭିଡି
ଲରମ୍ବା ମହାବିଦ୍ୟାଳୟ।(୭)
ପାଟଣାର ଅଷ୍ଟତମ ଚୌହାନ ରାଜା
ବୈଜାଲ ଦେବ ରାଜନ,
ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶେ
ଗଢିଲେ ନୃସିଂହ ନାଥ ମନ୍ଦିର।(୮)
କପିଳଧାର ଭୀମଧାର ସୀତା କୁଣ୍ଡ
ଗୋ କୁଣ୍ଡ ପ୍ରସ୍ରବଣ,
ହୟୁନ ତ୍ସଙ୍ଗ ବର୍ଣ୍ଣନାରେ ଲେଖାଅଛି
ଏହା ପାରମିଳାଗିରି ଜାଣ।(୯)
ସଙ୍କ୍ରିଡାର ବିନ୍ଧ୍ୟ ବାସିନୀ
ଅଷ୍ଟସମ୍ଭୁ ଗାଇସୀମା
ଗିରିଗୋବର୍ଦ୍ଧନ ପପଙ୍ଗା ପାହାଡ଼
ବୁଢାରାଜା ବସେଇକେଲା।(୧୦)
ଗଣିଆ ପଳିର ବୌଦ୍ଧ ବିହାର
ଅର୍ଜୁଣ୍ଡା ପଥରାସିନୀ,
ଚନ୍ଦ୍ର ପୁରର ଦେବୀ ଚନ୍ଦ୍ରସିନୀ
ପଦ୍ମପୁରର ପଦ୍ମାସିନୀ
ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ।(୧୧)
କଳା ସଂସ୍କୃତି ଐତିହ୍ୟ ରେ ଭରା
ଆମ ଜିଲ୍ଲା ବରଗଡ଼
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର
ଦେଖ ଆସି ବରଗଡ଼।(୧୨)
