Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PrasannaKumar Das

Others

4.1  

PrasannaKumar Das

Others

ବୃଦ୍ଧାଶ୍ରମରୁ ଚିଠି

ବୃଦ୍ଧାଶ୍ରମରୁ ଚିଠି

1 min
670


~~ ବୃଦ୍ଧାଶ୍ରମରୁ ଚିଠି ~~ 

ଲକ୍ଷ୍ମୀକାନ୍ତ ଜଗନ୍ନାଥ ଚରଣେ ଶରଣ, 

ଧ୍ୟାନରେ ପଢିବୁ ବାବୁ ରେ...ହୋ .. ଲେଖିବା କାରଣ।


ଆମ୍ଭେ ବୁଢା ବାପ ମାଆ କେଉଁ ପାପ କଲୁ ,

ବୃଦ୍ଧାଶ୍ରମେ ଛାଡି ଟିକେ ଖବର ନନେଲୁ । 

ଦୁଇ ଚାରି ପୁଅ ଆମ୍ଭେ କରିନୁ ଜନମ, 

ଏକୋଇରବଳା ବାପ ତୁ ଜୀବନଧନ ॥

ତୋ ଆସିବା ବାଟ ମାଆ...  ଚାହିଁଛି ରାତି ଦିନ॥୧॥ 

ଧ୍ୟାନରେ ପଢିବୁ ବାବୁ ଲେଖିବା କାରଣ । 


ବୃଦ୍ଧାଶ୍ରମେ ଅଧାପେଟ ଖାଇ ପଡିଅଛୁ,

ସେ ଖାଇବା କି ଖାଇବା ନମରି ଜୀଇଛୁ । 

ଖଣ୍ଡେ ଖଣ୍ଡେ ଛିଣ୍ଡାଲୁଗା ପିନ୍ଧି କାଟୁଦିନ,

ଔଷଧ ଅଭାବେ ରୋଗ ବଢେ ଦିନୁ ଦିନ ॥  

ବଇଦ ଦେଖେଇବାକୁ...  ପାଖରେ ନାହିଁ ଧନ ୨॥  

ଧ୍ୟାନରେ ପଢିବୁ ବାବୁ ଲେଖିବା କାରଣ ।


ଜୀବନର ଜମାପୁଞ୍ଜି ସବୁ ଖର୍ଚ୍ଚ କରି,

ଉଚ୍ଚ ଶିକ୍ଷିତ କରିଲି କରିଲୁ ଚାକିରୀ । 

ମନରାଜି ବୋହୁ ଦେଖି ବିବାହ ହୋଇଲୁ,

ଘରବାଡି ଡିହ ବିକି ସହରେ ରହିଲୁ ॥ 

ଆସି ସଙ୍ଗେ ନେଇଯିବୁ ... ଖାଇଲୁ ମାଆ ରାଣ ॥୩॥  

ଧ୍ୟାନରେ ପଢିବୁ ବାବୁ ଲେଖିବା କାରଣ ।୧।


ବୁଢୀ ମା ଆକ୍ଷି କୋଟରୁ ଶୁଖିଲାଣି ଲୁହ,

ମାଟି କାମୁଡି ପଡିଛି ଦେଖିବ ତା ପୁଅ । 

ଚିଠି ପଢି ବାବୁ ସଙ୍ଗେ ନେଇଯାଅ ଘର,

ଅନ୍ୟଥା ନୃଶଂସ ବୋଲି କହିବ ସଂସାର॥ 

ସନ୍ତାନହୀନ ଦରିଦ୍ର...  ପାଇଁ ବୃଦ୍ଧଆଶ୍ରମ ॥୪॥  

ଧ୍ୟାନରେ ପଢିବୁ ବାବୁ ଲେଖିବା କାରଣ ।  


ତୋ ପରି ସନ୍ତାନ ଯେତେ ଅଛନ୍ତି ସଂସାରେ, 

ବୃଦ୍ଧ ପିତାମାତା ଛାଡି ଜରାଆଶ୍ରମରେ । 

ନିଜେ ସୁଖରେ ରହନ୍ତି ପତ୍ନୀ ପୁତ୍ର ଘେନି,

ବଡ ଅଭାଗା ସନ୍ତାନ ପାରନ୍ତିନି ଜାଣି ॥ 

ଘୋର ପାପ ବିପତ୍ତିକୁ... କରନ୍ତି ନିମନ୍ତ୍ରଣ ॥୫॥ 

ଧ୍ୟାନରେ ପଢିବୁ ବାବୁ ଲେଖିବା କାରଣ ।


Rate this content
Log in