STORYMIRROR

Reeta aparajeeta Mohanty

Others

4  

Reeta aparajeeta Mohanty

Others

ବୃଦ୍ଧା ମା ର ବିଳାପ -ରୀତା ଅପରlଜିତା

ବୃଦ୍ଧା ମା ର ବିଳାପ -ରୀତା ଅପରlଜିତା

1 min
295


ମାଆର ଆଖିରୁ ଲୁହର ଧାର 

ଥର ଥର ହାତରେ ସେ ବିଳାପ କରି

ନିଜ ରଙ୍କ ରତନକୁ ଚିଠିଟିଏ ଲେଖୁଛି

ଭାରି ଅଝଟିଆ ଥିଲୁ ଛୋଟ ବେଳେ

ତତେ ଜହ୍ନ ଦେଖେଇ 

କେତେ ଭୁଳେଇଭାଲେଇ ଖୁଆଉଥିଲି

କେତେ କଷ୍ଟରେ ବଡ଼ ମଣିଷ କରିଥିଲି

ବଡ଼ ପରିବାର 

ଅଳ୍ପ ରୋଜଗାରରେ 

ଅଭାବ କଣ ତତେ 

ଜାଣିବାକୁ ତତେ ଦେଇନଥିଲି ....?

ବାପ ଛେଉଣ୍ଡ ବୋଲି ତତେ ଜାଣିବାକୁ ଦେଇ ନଥିଲି

ଆଜି ବଡ଼ ହେଇ ଚାକିରୀ ବାକିରି କରି

ଘର ସଂସାର କଲୁ।

ମୁଁ ତୋ ପାଇଁ ବହୁତ ଖୁସି

ଗୁଲଗୁଲିଆ ନାତି ନାତୁଣୀକୁ

କୋଳରେ ଧରିବାର ସୁଯୋଗ ଦେଲନି

ପ୍ରଭୁ ....।

କେଉଁ ଦୂର ବିଦେଶରେ 

ରହିଲୁ ବାପା ଏ ବୁଢ଼ୀ ମାଆକୁ 

ଭୁଲିଗଲୁଣି ଦୁଃଖି ଧନ 

ମୋ ରଙ୍କ ରତନ

ମାଆର ଅନେକ କଷ୍ଟ ଅଛି

ଚିଠିରେ କଣ ଲେଖିବି ...?

ତୁ ଭଲରେ ଥା

ଜଗନ୍ନାଥ ତତେ ଘଣ୍ଟ ଘୋଡାଇ ରଖନ୍ତୁ।

ଚିଠି ପାଇ ଚିଠି ଦେବୁ

କେବେ ସୁବିଧା ହେଲେ 

ଏଇ ଦୁଃଖି ମାଆକୁ ଭେଟି ଆସିବୁ।

ଇତି ତୋର ବୋଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍