STORYMIRROR

Bela Bhumi

Others

3  

Bela Bhumi

Others

ବୋଧହୁଏ ! ତୁମବିନା ଜୀଇଁବାଟା

ବୋଧହୁଏ ! ତୁମବିନା ଜୀଇଁବାଟା

1 min
777


ଝର୍କା ଦେଇ ଝଲ୍କେ ହାୱା

ଥିରି ଥିରି ବହିଗଲେ

ତୁମେ ମନେ ପଡ,

ଜହ୍ନ ଉଠା ସଞ୍ଜବେଳେ

କଇଁଫୁଲ ହସିଦେଲେ

ତୁମେ ମନେ ପଡ଼,

ତୁମବିନା ମନ ହୁଏ ଆନମନା

ବଞ୍ଚିବା ହୁଏ ବାହାନା

ଜହ୍ନ ରାତି ଲାଗେ ସାଥି

ଗୁମ୍ ସୁମ୍ ଗୁମ୍ ସୁମ୍

ବହିଯାଏ ମଉସୁମୀ ଝଡ଼,

ସପନଟା ଶୂନ ହୁଏ

ସତେ ଅବା ! ମନେହୁଏ

ମୋ ସାମ୍ନାରେ .....

ମୁଠା ମୁଠା ମରୁବାଲି

ବୋଧହୁଏ !ତୁମବିନା ଜୀଇଁବାଟା ଯନ୍ତ୍ରଣାର

ଉଦୁଭୁତୁ ଲଙ୍ଗଳା ପାହାଡ଼....||


ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍