STORYMIRROR

Eli Mohanty

Others

3  

Eli Mohanty

Others

ବନ୍ୟା

ବନ୍ୟା

1 min
13.2K


ଥମ୍ ଥମ୍ ଆକାଶ

ଅସ୍ଥିର ପବନ

ମାଟିର ବେହରଣରେ

ଉଚ୍ଛନ୍ନ ନଈ

ଉତୁରି ପଡୁଥିବା ଚା' ପରି ବନ୍ୟା !

ଚାଳରେ କାଉ ବସିବା ଶୁଣିଥିଲି

ଚାଳରେ ବସି ଲୋଚା କୋଚା ବୁଢୀଟି

ସବୁ ନାଚାରପଣ ସହ

ଲୁହର ଲାଜ ରଖୁଥିଲା

ଭରା ନଈ ଛାତିରେ

ମାତ୍ର ଦି'ବୁନ୍ଦା ଲୁହ !!

ବେକେ ପାଣିରେ ବୁଡି ବୁଡି

ରିଲିଫ୍ ପୁଡିଆ ସହ

ଲୋକଟି ଆଣୁଥିଲା "ପାଣି ପାଉଚ"

ଜିଇଁବାକୁ ଚାହୁଁନଥିବା

ଅଥଚ ଜୀବନର ଖୋଳ ଭିତରେ

ବାଧ୍ୟ ହୋଇ ରୁନ୍ଧି ହୋଇଥିବା କିଛି ଚେହେରା

ମୃତ ପଶୁଂକ ଆଖିଭଳି ଆଖିରେ

ନଈକୁ ଦେଖୁଥିଲେ

ବିଲକୁଲ କେବେ ଦେଖିନଥିବା ପରି !

ଶୁନଶାନ ରାତିରେ

ଲୁଚି ଲୁଚି ଦରଜା ବାଡଉଥିଲା-

ପାଣି !!


Rate this content
Log in