ବନ୍ୟା
ବନ୍ୟା
1 min
74
ବନ୍ୟା ଆସେ ଜୀବନରେ
ବନ୍ୟା ଆସେ ସମ୍ପର୍କରେ
ବନ୍ୟା ଆସେ ନାରୀ ଜୀବନରେ
ବନ୍ୟା ଏବେ ଉଛୁଳିଛି ଜୀବନ
ବିନା କାରଣରେ
ବୁଝାବଣାର ଅଭାବରେ
ସଂଯମତାର ଅଭାବରେ
ଅନ୍ଧ ଅହମିକାରେ
ପଶୁତ୍ବରେ, ବର୍ବରତାରେ
ଅବୁଝା ମଣିଷର
ଦାନବ ପଣିଆରେ
ବନ୍ୟା ହିଁ ତ ଆସେ, ଜୀବନରେ
କାରଣ ଆମେ ସବୁ କିଛି ଭୁଲି
ଧ୍ୱଂସର, ଭଗ୍ନସ୍ତୁପ
ଉପରେ, ଦଣ୍ଡାୟମାନ
ହୋଇଛେ, ଧ୍ୱଂସର
ଆଡମ୍ବର, ପଟୁଆର
ଦେଖିବାକୁ ।
