STORYMIRROR

Sudhanjali Mishra

Others

4  

Sudhanjali Mishra

Others

ବନ୍ଧୁତା

ବନ୍ଧୁତା

1 min
212

ବନ୍ଧୁତା

ବନ୍ଧୁତା କେବେ ମାନେ ନାହିଁ ଜାତି

ଅଜାତି କି ଧର୍ମାନ୍ଧତା

ଜାଣେ ଏକା ସିଏ ମନୁଷ୍ୟ ବନ୍ଧନ

ନର ନାରୀ ବିଷମତା ।

ଉତ୍ସବ ବ୍ୟସନେ ଶାସନେ,ଶ୍ମଶାନେ

ଦୁର୍ଭିକ୍ଷେ ,ରାଷ୍ଟ୍ରବିପ୍ଳବେ

ଉପସ୍ଥିତ ଯିଏ ପ୍ରକୃତରେ ବନ୍ଧୁ

ଏହି ଛଅଗୋଟି ସ୍ଥଳେ ।

କହନ୍ତି ସଭିଏଁ ଦିଅନ୍ତି ଦେଖା

ସମ୍ପଦେ ସମସ୍ତେ ସଖା

ବିପଦ ଆସିଲେ କୃତ୍ରିମ ବନ୍ଧୁ

ନ ଦିଅନ୍ତି କେବେ ଦେଖା ।

କୃଷ୍ଣ ସୁଦାମାର ବନ୍ଧୁତ୍ବକୁ ଦେଖି

ମନ ହୁଏ ଖାଲି ହେଜି

ଧନୀ ଗରିବର ଭେଦ ଭାବ ଭୁଲି

ବନ୍ଧୁତାରେ ଯାଅ ମଜ୍ଜି ।

ଧନ୍ୟ ସେହି ବନ୍ଧୁ ବନ୍ଧୁର ସ୍ବରୂପେ

ଧ୍ୟେୟ କରି ଚାଲେ ବାଟ

ରହିଯାଏ କଥା କାଳକାଳକୁ ଯେ

ସର୍ବ ମୁଖେ ହୁଏ ଉଚ୍ଚାଟ ।

    


Rate this content
Log in