STORYMIRROR

Ch Loknath Reddy

Children Stories Inspirational Children

3  

Ch Loknath Reddy

Children Stories Inspirational Children

ବନ୍ଧୁର ମହତ୍ୱ

ବନ୍ଧୁର ମହତ୍ୱ

1 min
150


ପ୍ରକୃତ ବନ୍ଧୁର ମହତ ଜାଣରେ

କୃଷ୍ଣ ସୁଦାମାଙ୍କୁ ଦେଖି

ନିସ୍ଵାର୍ଥ ନିବିଡ଼ ବନ୍ଧୁତାର ପ୍ରେମ

କହୁଛି ଶୁଣ ନିରେଖି |


ଦୀନବନ୍ଧୁ ସେହି ଦ୍ୱାରିକା ନରେଶ

ଥିଲେ ଗୋପେ ବାଲ୍ୟବେଳେ

ଖେଳି ବୁଲୁଥିଲେ ଗୋପୀଗୋପା ସଙ୍ଗେ

ନସରେ ଆନନ୍ଦ ତିଳେ |


ସମୟ ସୁଅରେ ଭାସିଯାଇ ପ୍ରଭୁ

ଚାଲିଲେ ଦ୍ୱାରିକା ଦେଶ

ମନ କିନ୍ତୁ ଥିଲା ଗୋପିଗୋପା ପାଶେ

ଭାବି ହୁଅନ୍ତି ନିରାଶ |


ଦିନେ ଯାଇଥିଲେ ଗୋପାଳ ସୁଦାମା

ଦ୍ୱାରିକା, କୃଷ୍ଣଙ୍କୁ ଦେଖି

କେଡେ ଆଦରରେ ମାନ ସମ୍ମାନରେ

ଘେନିନେଲେ ଚକାଆଖି |


ଦେଖ ଦେଖ ଜନେ ବନ୍ଧୁର ମହତ

କି ସୁନ୍ଦର ସ୍ନେହ ଭାବ

ଈଶ ହୋଇ କୃଷ୍ଣ ଧୋଇଲେ ପାଦପ

ଭୁଲିଯାଇ ଅହଂଭାବ |


ସୁନା ଥାଳିଆରେ ଭୁଞ୍ଜୁଥିଲେ ଯିଏ

ଅମୃତକୁ ପାନ କରି

ଆଜି ମିତ ଖୁଦ ଭଜାକୁ ଭୁଞ୍ଜିଲେ

ମହାନନ୍ଦେ ମନୋହରି |


ଯିଏ ଯେତେ ବଡ଼ ହୁଅନ୍ତୁ ପଛକେ

ମିତ ପାଶେ ସବୁ ସମ

ମନ ରଖ ତୁହି ମଣିଷ ଭାଇରେ

ସ୍ନେହ ଡୋରି ବଳବାନ |



Rate this content
Log in