STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ବନ୍ଧୁ

ବନ୍ଧୁ

1 min
184

ନା ସେ କେଉଁ ଏକ ସମ୍ବୋଧନରେ ବନ୍ଧା

ନା କିଛି ନିର୍ଦ୍ଦିଷ୍ଟ ମାପକାଠିରେ ପରୀକ୍ଷିତ

ନା ଥାଏ କିଛି ପ୍ରାପ୍ତିର ଅଭିଳାଷ

ନା ସେ ସମ୍ପର୍କେ ଥାଏ କାଳିମା କଳୁଷ।


ଶଳା ଚୋର, ଆବେ ଯାବେର ଶସ୍ତା ସମ୍ବୋଧନ

ଘନ ତମିସ୍ରାରେ ଦିଏ ନିହାରୀକାର ସନ୍ଧାନ

କେଉଁ ଏକ ସଂଜ୍ଞାର ପଞ୍ଜୁରୀରେ ନୁହେଁ ସେ ଆବଦ୍ଧ

ସଂଦର୍ଶନେ ମିଳେ କୋଟିନିଧି ପ୍ରାପ୍ତିର ସମ୍ବାଦ। 


ନା ଥାଏ ଈର୍ଷା ଅଭିମାନର ଜଟିଳତା

ନା ମିଥ୍ୟା ଅହଙ୍କାରର ଅସ୍ୱଛ ସରିତା,

ଜୀବନ ତା ବିନା ଏକ ଶୁଷ୍କ ମରୁପଥ

ସାରଥୀ ସାଜି ସେ ବାହେ ଜୀବନର ରଥ।


ବନ୍ଧନର ବହୁ ଉର୍ଦ୍ଧ୍ୱେ ସମ୍ଵନ୍ଧର ବନ୍ଦୀରୁ ସ୍ୱାଧୀନ

ତଥାପି ବନ୍ଧନ ବଦ୍ଧ ବନ୍ଧୁ ଏକ ଜୀବନ ମାଧ୍ୟମ

ଶତ ଉପକାରେ ବି ସେ ହୁଏ ନାହିଁ ଋଣୀ

ବିନା ଅଧିକାରେ ବନ୍ଧୁ ପାରେ ହୃଦ ଜିଣି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍