STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
198


ପୂରବ ପଶ୍ଚିମ ଉତ୍ତର ଦକ୍ଷିଣ

      ବୁଲିଆସ ତୁମେ ଯାଇ,

ମୋ ରାଜ୍ୟ ପରିକା ରାଜ୍ୟଟିଏ କାହିଁ

      ପାଇବନି ତୁମେ ଭାଇ।୦।

ମୋ ଭାଷା ଅଟଇ ଶାସ୍ତ୍ରୀୟ ଭାଷା

       ଶାସ୍ତ୍ରୀୟ ମୋହର ନୃତ୍ୟ,

ମୋର ବେଶଭୂଷା ଖାଦ୍ୟପେୟ ଆଉ

       ନିଆରା ଏହାର ବାଦ୍ୟ।୧।

ମୋ ପୂଜ୍ୟ ଠାକୁର ଜଗତର ନାଥ

         ଧାମ ତାଙ୍କ ଶିରି କ୍ଷେତ୍ର,

ପୁଣ୍ୟ ବେଳାଭୂମି ଅଟଇ ପବିତ୍ର

        ପାଇବନି ତ ଅନ୍ୟତ୍ର।୨।

ମୋ ରାଜ୍ୟର ନଦୀ, ବନ, ଗିରି, ହ୍ରଦ

           ଅନନ୍ୟ, ପୂତ, ପୂଜିତ,

ମଠ ଓ ମନ୍ଦିର, ଶାସ୍ତ୍ର, ଅଳଙ୍କାର

          ‌‌ ସବୁ ଅଟଇ ସ୍ଵତନ୍ତ୍ର। ୩।

ଯେତେ ବର୍ଣ୍ଣିଲେ ବି ମୋ ରାଜ୍ୟର କଥା

           ହେବ ନାହିଁ ତାହା ଶେଷ,

ସାରା ସଂସାରରେ ଶାନ୍ତି ରାଜ୍ୟ ବୋଲି

           ନାମ ରହିଛି ବିଶେଷ।୪।



Rate this content
Log in