STORYMIRROR

Akshayakumar Dash

Others

3  

Akshayakumar Dash

Others

ବଜାରରେ ରୁହେ

ବଜାରରେ ରୁହେ

1 min
399


ଛୋଟ ବଡ଼ ଦୋକାନ

ସକାଳୁ ରାତିଯାଏ ଖୋଲେ

ଏଠୁ ବସ ଧରେ

ସ୍କୁଲ ଯାଏ

ସଞ୍ଜ କି ସକାଳେ

ବଜାରରେ ବୁଲେ ।

ସାଙ୍ଗ ମାନଙ୍କ ସଂଗେ

ଖୁସିଗପ କରେ

ଶାନ୍ତି ବଜାରରେ ପାନଖାଏ

ପାନ ଦୋକାନରେ

ଗାଁ ରୁ ବଜାର କଥା

ରାଜନୀତି, କାଳିଆ ଯୋଜନା

ଠିକାଦାର ର ଠକେଇ ଠାରୁ

ଝିଅ ବୋହୁ କଥା ଶୁଣେ

ଜଲିଖିଆ ଦୋକାନରେ

ଭିଡ ଦେଖି ପଶେ ।

ଏଠି ସବୁ ମିଳେ

ମଦ ଠୁଁ ବିଡ଼ି କି ଗଞ୍ଜେଇ

କମଳ। କଦିଲ

ଅଣ୍ଡା,ମାଛ,କୁକୁଡ଼ାମାଂଉସ

ଭେଣ୍ଡି, ଜହ୍ନି କଖାରୁ ବିଲାତି

ରସଗୋଲା,ମାଲୁପୁଆ ,ବୁନ୍ଦି,ଲଡୁ

ମୁଢି ଚୁଡା ଥଣ୍ଡାପାନୀୟ

ଏବେ ମିଳିବାକୁ ଯାଉଛି ସୁନ୍ଦରୀ

ଟଙ୍କା ଦେଇକିଣିବାକୁ

ଟଙ୍କା ନେଇ ବିକିବାକୁ

ଲୋକେ ଛୁଟନ୍ତି ବଜାର ।

ହୁଏ ପୁଣି ସାହିତ୍ୟ ଆସର

କବିଙ୍କ କବିତା ଭିଡ଼ରେ

ସାହିତ୍ୟ ପତ୍ରିକା,

ମାତିପଡି ଦଳେ

ଚାନ୍ଦା ଭେଦା ମାଗି

ପତିଆରା ଦେଖାନ୍ତି ତ

ଦଳେ ବୟଜେଷ୍ଟ

ଭିକାରୀ ପାଗଳ ପରି ଭିନ୍ନକ୍ଷମ

ଏଠି ଭାଷଣ ଭୀଷଣ

ଛଦ୍ମମୁହଁ ଦେଖା

ନେତା ଠାରୁ ଦଲାଲ ,ମାଫିଆ

ମାରିନେବା ଧର୍ମ

ଭୋଟ ଋତୁ ବେଳେ

ବଜାର ଉପରେ

ଚକିଦିଏ ଶଙ୍ଖଚିଲ ।

କେତେ ରଙ୍ଗ ରୂପ

ଛନ୍ଦ କପଟ ଜାଲକୁ

କିଏ ପୁଣି ବିକେ ଗୋଟି

ତୁଳସୀ ମାଲିକୁ ।

ବଜାରରେ କୁଢ଼କୁଢ଼ ଅଳିଆ

ଆବର୍ଜନା ପଚାସଢା ଗନ୍ଧ

ମଶାମାଛି ଗୋଳିଆ ପାଣିରେ

ଘରଟି କରିଛି

ବଜାରରେ ରହୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash