STORYMIRROR

Pareshchandra Das

Others

4  

Pareshchandra Das

Others

ବିତରି ଦିଅ ବାସ

ବିତରି ଦିଅ ବାସ

1 min
373

ଜନମ  ମରଣ      ବିଧାତା ଲିଖନ

    କେ କରି ପାରିବ ଆନ।।     

  କିଆଁ ଆମେ ସବୁ     ମରଣ କୁ ଡରୁ

     ବଂଚିଯିବା ବେଶିଦିନ।।

ଇନ୍ଦ୍ରଧନୁ ଯଦି     କ୍ଷଣେ କ୍ଷଣେ ଆସି 

    ତୋଷାଇ ପାରେରେ ମନ ।

ଦି ଦିନ ଅଧିକ      ବଞ୍ଚି କିବା ଲାଭ

    ରହେନାହିଁ  ଯଦି  ମାନ।।

କାଗଜ ଫୁଲ ତ    ବଞ୍ଚେ ବେଶୀ ଦିନ

      ନ ଥାଏ ତାର ସୁବାସ ।।

ରାତିକ ଜୀବନେ     ମହକ ବିତରେ

     ଝରା ଶେଫାଳୀ ର ହସ ।।

ଟିକେ ମିଠା କଥା   ହରେ ମୁଣ୍ଡ ବ୍ୟଥା

     ମନରେ ଭରେ ଉଲ୍ଲାସ।

ଚେନାଏ ହସରେ    ଜଗତ ହସେରେ

     ଶତ୍ରୁତାକୁ କରେ ନାଶ ।।

 ଚନ୍ଦନ ଟୋପାଏ   ଲାଗିଲେ କପାଳେ 

      ସୂଚାଏ ଆତ୍ମାର ଘର। 

ଟୋପାଏ ସିନ୍ଦୁର       ସଧବାର ଚିହ୍ନ 

      ସ୍ମାରକ ଯେ ବିରାଟର।।

ଅଣଚାଷ ବାଆ     ନହେବରେ ସାହା

      ଜୀବନ ବିହୁନେ ଆମ।

ଛୋଟ ପ୍ରଶ୍ବାସ ଟି      ଜୀବନ କୁ ଧରି

      କରଇ ଅନେକ କାମ।।

ଛୋଟ ହେଉ ପଛେ   ସତ ଅବା ମିଛେ

      ହସ ଫୁଟାଏ ଯେ ଓଠେ।

ସାର୍ଥକ ଜୀବନ       ହୁଏ ତା ପ୍ରମାଣ

      ସଂସାର ହାଟରେ ରଟେ।।

ଭୁଲି ବାନି ବନ୍ଧୁ       ପାରି ବାକୁ ସିନ୍ଧୁ 

     ଛୋଟ ତରୀ ଟିଏ ଲୋଡ଼ା।

ସଂକ୍ଷିପ୍ତ ଜୀବନେ      ସୁଗୁଣ ପ୍ରଦାନେ

      ମରିବି ଅମରେ ଯୋଡ଼ା । 

ପରେଶ ଚନ୍ଦ୍ର ଦାସ,ଗୋପାଳପୁର, ଭୋଗରାଇ,ବାଲେଶ୍ୱର


     


      





     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍