STORYMIRROR

Sushantkumar Pradhan

Others

2  

Sushantkumar Pradhan

Others

ବିଷାରଦା ବିଣାପାଣୀ

ବିଷାରଦା ବିଣାପାଣୀ

1 min
634




ଜ୍ଞାନୀକୂଳ ଧ୍ୱଜା ମାଗୋ ଚତୁର୍ଭୁଜା

କୃପାମୟୀ ଶୁଭଦାୟୀ

ଭକତି ସୁମନ କରେ ସମର୍ପଣ

ତୋ ନାମ ତୁଣ୍ଡରେ ଧ୍ୟାୟୀ ।।


ଧରଣୀ ଉଶ୍ୱ।ସି ତମସା ବିନାଶି

ତେଜ ତବ ଜ୍ଞାନ ଜ୍ୟୋତି

ବିଶ୍ୱ ଦରବାରେ ରହୁ ତୁମ କୀର୍ତ୍ତୀ

ଶୁଭେ ବିତୁ ଦିନ ରାତି ।।


ମଂଗଳମୟୀ ମାଆ ସାରଦା ଭବାନୀ

ପରମ ଜନ କଲ୍ୟାଣୀ

କରନାହିଁ ଊଣା ତୋ ଦିବ୍ୟ କରୁଣା

ବିଷାରଦା ବିଣାପାଣୀ ।।


ଆଗୋ ଶବ୍ଦ ସ୍ରୋତା ଶାସ୍ତ୍ର ବିଷାରଦା

ଶୁଭ୍ରକାନ୍ତି ମନୋହାରୀ

ଦିଅ ଦିବ୍ୟ ଜ୍ଞାନ ଶୁଦ୍ଧ କର ମନ

ଜଡତା ଅଜ୍ଞାନ ହରି ।


ଶୁଭ୍ର ସୁଶୋଭିନୀ ମରାଳ ବାହିନୀ

ରିଦ୍ଧି ସିଦ୍ଧି ବିଦ୍ୟାଦାତ୍ରୀ

ସଦ୍ ବୁଦ୍ଧି ଦାୟିନୀ ଗାୟତ୍ରୀ ରୂପିଣୀ

ମାଗୋ ରାଜରାଜେଶ୍ୱରୀ ।।


ସୁଶାନ୍ତ ପ୍ରଧାନ

ବଂଧହୁଡା ନରସିଂହପୁର

କଟକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍