ବିଶ୍ୱଯୁଦ୍ଧ
ବିଶ୍ୱଯୁଦ୍ଧ
ଅଦିନିଆ ମେଘ ଆସିବ ଆକାଶେ
ହେବ ଚାରିଦିଗ ଅନ୍ଧାର:
ସୁବୁଠାରେ ଧୁଆଁ ବାରୁଦର ବାସ୍ନା
ପଡିବଜେ ହାହା କାର::
ନିଶ୍ୱାସ ପ୍ରଶ୍ୱାସ ହେବ କଷ୍ଟ ସାଧ୍ୟ
ଅଭାବରେ ଅମ୍ଳଜାନ:
ଖାଇବା ପିଇବା ନମିଳିବ ଜନେ
ପୃଥ୍ୱୀହେବ ସ୍ମସାନ::
ବାପା ମାଆ ମୁଁହ ଚାହିଁ କାନ୍ଧୁଥିବେ
ବିକଳରେ ପୁଅ ଝିଅ:
ହୃଦୟ ବେଦନା ବୁଝିବେନି କେହି
ଥିବ ଜୀବନର ଭୟ::
ଆକାଶୁ ଖସିବ, ଗଦା ଗଦା ନିଆଁ
ତରୁ ଲତା ଜାଳି ଦେବ:
ନଦୀ ନାଳ ହ୍ରଦେ, ଲାଗିଯିବ ନିଆଁ
ସାଗର ବି ଜଳୁଥିବ::
ଆରମ୍ଭ ହୋଇବ ଆମେରିକଠାରୁ
ଉତ୍ତର କୋରିଆ ଦ୍ୱାରା:
ଚୀନ ବି ଲଢ଼ିବ, ଆମେରିକା ସହ
କୋରିଆ ପାଇଁ ସlହାରା::
ପାକିସ୍ତାନ ସଦା ଚାହିଁ ରହି ଅଛି
ଭାରତକୁ ଦେବ ଧକା:
ଚାଇନା ସହିତ , ମିଶି ପାକିସ୍ତାନ
ମାରିବାକୁ ନେବ ଛକା::
ଭାରତ ମଧ୍ୟରେ, ଚାଲୁଥିବ ଦଙ୍ଗା
ହିନ୍ଦୁ ଓ ମୁସଲମାନ::
କିଛି ଦିନ ପାଇଁ, ପ୍ରବଳ ଦଙ୍ଗାରେ
ମରିବେ ନିରୀହ ଜନ::
ହିନ୍ଦୁ ମୁସଲମାନ ବୁଝାମଣା ହେବେ
ପାକିସ୍ତାନ ଚାଲାକି ଦେଖି:
ଲଢ଼ିବେ ଶେଷରେ ଏକ ସାଥିହୋଇ
କାନ୍ଧରେ କାନ୍ଧକୁ ରଖି::
ପାକିସ୍ତାନ ଚୀନ, ଭୟରେ ଥରିବେ
ଏକତା ଦେଖି ଭାରତେ:
ପଛ ଘୁଞ୍ଚା ଦେଇ ବିକଳେ କାନ୍ଧିବେ
ଶାନ୍ତି ଲୋଡ଼ା ୟେ ଜଗତେ::
(ମହେଶ୍ୱର ସାହୁ)
ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,
ବାଲେଶ୍ୱର(ଭଦ୍ରକ)
