Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

4.0  

Writer Roja Panda

Others

ବିଶ୍ୱ ନାୟକ

ବିଶ୍ୱ ନାୟକ

1 min
197


ରୋଜା ପଣ୍ଡା


ଆହେ ଚକ୍ରପାଣି ଶୁଣ ନିବେଦନ ମୋର ,

ଏ ପଙ୍କ ପାତକୁ ମତେ କର ହେ ଉଦ୍ଧାର ।।

କରି ପାପୀଙ୍କୁ ସଂହାର ଧର୍ମ ରକ୍ଷା କର ,

ତୁମ ନେତ ଉଡୁଥାଉ ମର୍ତ୍ତେ ଫରଫର ।।

ଅଧର୍ମ ନାସିବା ପାଇଁ ଦିଅ ମତେ ଶକ୍ତି ,

ତବ ଚରଣ କମଳେ ଥାଉ ସଦା ଭକ୍ତି ।।

ଦିନ ଦୁର୍ବଳଙ୍କଠାରେ ଥାଉ ମୋର ଦୟା ,

ନଲାଗୁ ମୋ ଦେହେ କେବେ ମିଛ ମୋହ ମାୟା ।।

ମିଛ,ଅନ୍ୟାୟ,ଅନୀତି ଠାରୁ ରଖ ଦୁରେ ,

ସତ୍ୟ ପଥେ ଚାଲିବାକୁ ଶକ୍ତି ଦିଅ ବାରେ ।।

ଖଳ ଲୋକ ଠାରୁ ପ୍ରଭୁ ରଖ ହେ ନିବୃତ ,

ଖଳବୁଦ୍ଧି ଥିଲେ ପାଶେ କର ଦୂରୀଭୂତ ।।

ତୁମ ଶ୍ରୀଚରଣ ତଳେ ଥାଉ ମୋର ଲୟ ,

ଏତିକି କରୁଣା କର ଆହେ ଇଚ୍ଛାମୟ ।।

ହାତକୁ ମୋ ଅଳଙ୍କାର ଦିଅ ଏହା ମତେ ,

ଦାନ,ଧର୍ମ,ସେବା କରି ଦିନ କଟୁ ମର୍ତ୍ତେ ।।

କାନକୁ ମୋ ଶକ୍ତି ଦିଅ ସତ୍ୟ ଶୁଣିବାକୁ ,

ସୁମଧୁର ବାଣୀ ଦିଅ ମୋହରି କଣ୍ଠକୁ ।।

ନ୍ୟାୟ ରୂପୀ ଅଳଙ୍କାର ଆକ୍ଷିକୁ ମୋ ଦିଅ ,

ଅନ୍ୟାୟ ରୋକିବା ପାଇଁ ଉପାୟ ଦେଖାଅ ।।

ଦୁଃଖୀ ରଙ୍କିଙ୍କ ସେବାରେ ଦିନ କଟିଯାଉ ,

ଏତିକି କରୁଣା ପ୍ରଭୁ ମୋ ଉପରେ ଥାଉ ।।

କଣ୍ଠ ମୋର ଭଜୁଥାଉ ତୁମ ସଂକୀର୍ତ୍ତନ ,

ତୁମ ଦିବ୍ୟଦର୍ଶନରେ ଥାଉ ମୋର ମନ ।।

ଜୀବଜନ୍ତୁ ପ୍ରତି ମୋର ମନେ ଦୟା ଥାଉ ,

ଆଶୀର୍ବାଦ ଦିଅ ମତେ ଏହା ମହାବାହୁ ।।

ଜନ କଲ୍ୟାଣ ନିମନ୍ତେ ଯାଉ ମୋ ଜୀବନ ,

ଏତିକି ଆଶିଷ ମାଗେ ଆହେ ଜନାର୍ଦନ ।।


Rate this content
Log in