STORYMIRROR

Dharitri Das

Others

3  

Dharitri Das

Others

ବିଶ୍ୱ ମହିଳା ଦିବସ

ବିଶ୍ୱ ମହିଳା ଦିବସ

1 min
230


ବି- ବୀର ପ୍ରସବିନି ନାରୀ ନୁହେଁ ଦୁର୍ବଳା

କିଏ କହେ ତାକୁ ସଂସାରେ ଅବଳା।

ଶ୍ୱ- ସ୍ବହସ୍ତରେ ନିର୍ମାଣିଛି ସେ ସୃଷ୍ଟିକୁ

ଅନାୟାସେ ବାଣ୍ଟି ସ୍ନେହ ପୀରତିକୁ।

ମ-ମଙ୍ଗଳ ମନାସୀ ସନ୍ତାନକୁ ତାର

ବଢ଼ାଇଥାଏ କରି କେତେ ଆଦର।

ହି- ହିସାବ ନରଖି କରିଥାଏ କର୍ମ

ଇଏ ପରା ନାରୀ ଜାତିର ଧରମ।

ଳା- ଲାଜକୁଳୀ ଲତା ପରି ସଂକୁଚିତ

ହୋଇ କରିଥାଏ ସଂସାରର ହିତ।

ଦି- ଦିବସ ରଜନୀ ଜଣାଯାଏ ନାହିଁ

 କରୁଥାଏ ସେବା ପୁଣି ପ୍ରାଣ ଦେଇ।

ବ- ବନ୍ଧନ ମାୟାରେ ଜଡ଼ିତ ହୋଇ ସେ

ମନରେ ତାହାର ଦୁର୍ବଳତା ଆସେ

ସ- ସେଥିପାଇଁ ଆଜି ପୁରୁଷ ସମାଜେ

ଲାଂଛିତ ହୋଇ ସେ କଳଙ୍କିନି ସାଜେ।



Rate this content
Log in