Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Chinmaya Kumar Nayak

Others


2  

Chinmaya Kumar Nayak

Others


ବିଶ୍ୱାସ

ବିଶ୍ୱାସ

1 min 97 1 min 97

ସନ୍ଦେହର ଏରୁଣ୍ଡି ଡେଇଁ

କେବେ ଥରେ ବୁଲିବାକୁ ଆସ

ପ୍ରତୀକ୍ଷାର ଆଗଣାରେ

ମୁଁ ନିଏ ବିଶ୍ୱାସର ନିରବ ନିଶ୍ୱାସ। 


ସେ ଅଗଣାର ଚଟାଣରେ

କେବେ ଥରେ ଆସି ବସି ଦେଖ

ପୂର୍ଣତାର ସୁଗନ୍ଧରେ

ତୃପ୍ତିବୋଧେ ଭରିଯିବ ବକ୍ଷ।


ନଥିଲା ନଥିବ ଏଠି

ଆସକ୍ତି ଓ ମୋହର ବଣିଜ,

ଖୋଜିଲେ ମିଳିଯିବ

ନିଷ୍କାମ ଜୀବନର ଅମୂଲ୍ୟ ଖଣିଜ।


ଦ୍ଵନ୍ଦହୀନ ଭାବନା ଯେତେ

ସଂଚରିଯିବ ହୃଦରୁ ହୃଦକୁ,

କୁଟୀରର କୋଠରୀରେ

ଝରୁଥିବ ଜୀବନର ମଧୁ। 


Rate this content
Log in