STORYMIRROR

Pravat Kumar Nayak

Others

3  

Pravat Kumar Nayak

Others

"ବିରହାଗ୍ନି"

"ବିରହାଗ୍ନି"

1 min
14.6K


"ବିରହାଗ୍ନି"


କେମିତି କହିବି ତୁମକୁ ଗୋ ସାଥି

ତୁମେ ମୋ ପହିଲି ପ୍ରୀତି,

ତୁମ ବିନା ଏହି ଅଲୋଡା ଜୀବନ

କାଳ ବଇଶାଖ ତାତି....

ମନତଳେ କେତେ ଅକୁହା ବେଦନା

ଦୁକୁ ଦୁକୁ ହୋଇ ଜଳେ ,

ଶୁଖିଲା ଓଠମୋ ନିତି ବତୁରୁଛୁ

ନୟନ ତପତ ଜଳେ..

ମନ ବାନ୍ଧିହୁଏ କର୍ମ ଶିକୁଳିରେ

ହୃଦଭୋଗେ କାରାବାସ,

ମୋ ପ୍ରେମ କାହାଣୀ ବିରହ ନିଆଁରେ

ଦେଉଛି ଆଜିସେ ଝାସ..

ଭୁଲିବାକୁ ଆଜି ତୁମକୁ ସାଥି ମୁଁ

ଅଭିନୟ ଯେତେ କରେ,

ଏ ପୋଡା ମନଟା ଅଭୁଝା ହୋଇଣ

ନିରବେ ତୁମକୁ ଝୁରେ...

କୁହ ପ୍ରିୟା ତୁମେ କେମିତି ଜିଇବି

ତୁମବିନା ଆଜି ମୁହିଁ,

ନିତି ଜଳି ଜଳି ବଞ୍ଚିବା ଅପକ୍ଷା

ଜଳି ଯାଉ ମୋର ଜୁଇ....


ପ୍ରଭାତ କୁମାର ନାୟକ

ମଧୁପରୁ ,ଭଦ୍ରକ ,ଓଡିଶା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍