STORYMIRROR

Pareshchandra Das

Others

3  

Pareshchandra Das

Others

ବିପ୍ଳବ ଟେକୁ ରେ ଶିର

ବିପ୍ଳବ ଟେକୁ ରେ ଶିର

1 min
267

ଆଜିର ମୌନତା

କାଲିକି ଜହର ।

ଆଜି ନିରବତା

କାଲିର ସଂହାର ।

ଛାଡି ତୋର ମୋର ଭାବ ତୁ ନିଜର

ଅନ୍ତରେ ଜାଳିଦେ ବହ୍ନି ।।

ବିପ୍ଳବ ଶୋଇଛି

ନିଘୋଡ଼ ନିଦରେ,

ଭାଗ୍ୟକୁ ନିନ୍ଦୁଛୁ

ହାତ ପାପୁଲିରେ,

ପୌରୁଷତ୍ୱ ତୋର ଶତ ସିଂହ ବଳ

ଜାଳିଦେ ଜାଳିଦେ ଅଗ୍ନି ।।।।

ତେଜିଦେ ତେଜିଦେ

ବିପ୍ଳବର ସ୍ୱର ,

ମନେ ପକା ଆଜି

ସତ୍ୟ ଧର୍ମ ଜ୍ଞାନକୁ ଧରିଛି ବାଇ

ଜ୍ଞାନୀ ହୁଏ ହାଇଁ ପାଇଁ

ବହେ ପାଠ ପଢି ଅବୁଝାରେ ନର

ଆଖି ଦେଖା ମାନେ ନାହିଁ ।


ବିନା ସଂଗ୍ରାମରେ,

ଝଡ଼ ଆସେ ଯେବେ

ଛାଡେନାରେ କାରେ

ହାତକୁ ହାତ ତୁ ମିଶାଇଦେ ଥରେ

ଛାଡ଼ିଦେ ରଣ ହୁଙ୍କାର ...

ଇତିହାସ ତୋର

ରକ୍ତରେ ରଞ୍ଜିତ,

ଆଜି କିଆଁ ତୁହି

ନ୍ୟାଯ୍ୟରୁ ବଞ୍ଚିତ,

ହକର ଲଢେଇ ଜିତିବାକୁ ହେବ

ହେବୁ କିଆଁ ହତାଦର ।

ସତ୍ୟ ଧର୍ମ ଏଠି

ଅନ୍ଧ ପୁଟୁଳିରେ,

ଜହ୍ଲାଦ ହସୁଛି

ନୀତି ନିୟମରେ

ଭାଙ୍ଗିବାକୁ ବେଢ଼ି ,ଲୌହ ମାନବ ତୁ

ଛାତିକି କରିଦେ ପଥର ...

ପୂରୁବ ସୂରୁଜ

ପଶ୍ଚିମେ ନଇଁବ

ଦିନ ପରେ ରାତି

ନିଶ୍ଚେ ଉଭା ହେବ ।

ପାପର ସାମ୍ରାଜ୍ୟ ଭୁଶୁଡିବ ଦିନେ

ନ ହେବ କେବେ ଅନ୍ତର ।

ଛାଡ଼େ ଭୀରୁ ପଣ

ନୁହେଁ ତୁ ଅଙ୍ଗାର

ମୁଠା କର ଟାଣ

କର ତୁ ପ୍ରହାର

ଜାଗି ଜଗା ତୁହି ଏକକୁ ଆରେକ

ବିପ୍ଳବ ଟେକୁ ରେ ଶିର ...













ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍