STORYMIRROR

Sukanti Hotta

Others

4  

Sukanti Hotta

Others

ବିନ୍ଦୁର ମହତ୍ୱ

ବିନ୍ଦୁର ମହତ୍ୱ

1 min
145

ଛୋଟଛୋଟ କଣିକାରୁ ମେଘ ହୁଏ ସୃଷ୍ଟି

ସାରା ପୃଥିବୀରେ କରେ ଆନନ୍ଦର ବୃଷ୍ଟି


ଗୋଟେଗୋଟେ ଵିନ୍ଦୁରୁ ସୃଷ୍ଟି ସାଗରର

ଜଳ ଜୀବନ ହୋଇଯାଏ ଜୀବଜଗତର


ଗୋଟେଗୋଟେ ଇଟାରେ ଗଢ଼ା ହୁଏ ଘର

ଘର ପୁଣି ହୋଇଯାଏ ସରଗର ପୁର


ଛୋଟଛୋଟ ଶିକ୍ଷାରୁ ମିଳଇ ସଂସ୍କାର

ସଂସ୍କାର ଥିଲେ ହୁଏ ପଥ ପରିଷ୍କାର


ଛୋଟଛୋଟ ଆଶା ଭରେ ମନରେ ଆଲୋକ

ନିରାଶ୍ରୟଃ ହୃଦୟରେ ଜଳଇ ଦୀପକ


ଛୋଟଛୋଟ ଘାସମିଶି ସୁନ୍ଦର ଗାଲିଚା

ଗାଲିଚା ମଧ୍ୟରେ ଶୋଭା ଫୁଲର ବଗିଚା


ଛୋଟଛୋଟ ପିଲାମାନେ ଫୁଲର ସଦୃଶ

ପିଲାଙ୍କର ସୁରକ୍ଷାରେ ଦେଶର ଭବିଷ୍ୟ


ଗୋଟେଗୋଟେ ଫୁଲ ମିଶି ମାଳ ବନିଯାଏ

ଅନୁପମ ସୌନ୍ଦର୍ଯ୍ୟର ଅଧିକାରୀ ହୁଏ


ଛୋଟଛୋଟ ଦେଶ ମିଶି ଗଢ଼ା ହୁଏ ବିଶ୍ୱ

ସ୍ନେହ ପ୍ରେମ ଭରିଦିଏ ବିଶ୍ୱରେ ହରଷ


ସଭିଙ୍କର ମନମିଶି ଯେବେ ଏକ ହୁଏ

ବୈକୁଣ୍ଠ ରୂପକ ଶାନ୍ତି ସେଠି ଶୋଭାପାଏ


ଇର୍ଷା ମାନ ଅଭିମାନ ସବୁ ଦୂରହୁଏ

ଏକତାର ରଜ୍ଜୁରେ ବାନ୍ଧି ହୋଇଯାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍