STORYMIRROR

Dharitri Das

Others

3  

Dharitri Das

Others

ବିଜନତା

ବିଜନତା

1 min
203

ତୁମ ପ୍ରେମରେ ବିଜନତା

             ମୋତେ କରିଅଛି ପାଗଳ

ମୁହୂର୍ତ୍ତେ ନ ଦେଖିଲେ ତୋତେ

              ପ୍ରାଣ ମୋ ହୁଅଇ ବିକଳ।


ବିଜନତା ଯେ ମୋ ମନରେ

              ଆଣିଦିଏ ତୋ ପ୍ରେମାମୃତ

ସଦା ସର୍ବଦା ମୁହିଁ ରଖଇ

               କେବଳ ତୋର ପାଖେ ଚିତ୍ତ।


ତୋ ବିନା ଏ ସଂସାରେ ସବୁ ତ

               ମିଛ ମାୟାର ପ୍ରହେଳିକା

ଏ କଳି ଯୁଗରେ ତୋର ଗୁଣ

               ଗାନେ ମୁକ୍ତି ମିଳଇ ଏକା।


ଭଜନ କୀର୍ତ୍ତନ ଅର୍ଚ୍ଚନରେ

              ତୃପ୍ତ ହୁଅଇ ତୋର ମନ

ଏକଥା ଚିନ୍ତଇ ଯେତେବେଳେ

              ବିଜନତାରେ ବସି ଜନ।


ମନରେ ଉତ୍ପନ୍ନ ହୁଅଇ ତା

              ଶାନ୍ତି ପ୍ରୀତି ମୈତ୍ରୀ ଭାବ

ଭଗବାନଙ୍କ ଶ୍ରୀପୟରେ

              ତାକୁ ତ ମିଳିଥାଏ ଠାବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍