ବିଜନତା
ବିଜନତା
1 min
225
ବିଜନତାର ବେଳାଭୂମିରେ
ହୃଦୟର ଶୂନ୍ୟତାରେ
କେବେକେବେ ଆଙ୍କି ହୁଏ
କେଉଁ ଏକ ଅନାମିକାର ଛବି ।
ଉଦାସ ମନଟା
ଆକାଂକ୍ଷାର ସିଡ଼ି ଚଢି
କିଛି କ୍ଷଣ ପାଇଁ
ଛୁଇଁଯାଏ ପ୍ରୀତି ଭରା
ରଙ୍ଗୀନ ଆକାଶକୁ ।
ଯୌବନର ମହାର୍ଘ୍ୟରେ
ଶୀହରିତ ହୋଇ
ଆଖି କୋଣେ ଉଙ୍କିମାରେ
ମିଠାମିଠା କେତେ ସ୍ୱପ୍ନ ।
ଭଲଲାଗେ ହଜିଯିବାକୁ
ସ୍ଥାଣୁ ପ୍ରାୟ ଶରୀରଟା
ବିଜନତାର ଅସୀମିତ
ଅସ୍ତିତ୍ୱ ଭିତରେ
ଭାବନାରେ ମଗ୍ନ ହୋଇ
ସାଧନାରେ ଲିପ୍ତ
ମହଯୋଗୀ ପରି ।
