STORYMIRROR

Akshayakumar Dash

Others

2  

Akshayakumar Dash

Others

ବିଦ୍ୟାଳୟ

ବିଦ୍ୟାଳୟ

1 min
14.5K


ବିଦ୍ୟାଳୟ ମତେ ଭଲଲାଗେ ସତେ,

ଆସଇ ନିଇତି ଧାଇଁ

ଖୁସିମନେ ପାଠ ପଢୁଥାଏ ବସି

ଜମାରୁ ‌‌‌ବିରାଗ ନାହିଁ।

ଜୁଇ ଜାଇ ହେନା ସେବତୀ ମାଳତୀ

ମଲ୍ଲୀ କରବୀର ଫୁଲ

କାଠଚମ୍ପା ଗେଣ୍ଡୁ ରଜନୀଗନ୍ଧାରେ

ମହକହି ଇସୁକୁଲ।

ନାରିକେଳ ଗୁଆ ଦେବଦାରୁ ଆମ୍ବ

ବକୁଳ ଗଛର ଛାଇ

ଫୁଲଲତା କେତେ ଜଡ଼ିବୁଟି ମାନ

ବିଦ୍ୟାପୀଠ ହତା ଥାଇ ।

ଆକାଶପରିକାଅସୀମ ଜ୍ଞାନ ର

ଅଧିକାରୀ ବୁଦ୍ଧଦେବ

ଗାନ୍ଧୀ ଗୋପବନ୍ଧୁ ସୁୁୁବାସ ମୂରତି

ଦେଖି ତାଙ୍କପରି ହେବ।

ଗୁରୁଜୀ ଗୁରୁୁୁମା ପରି ବାପା ମା

ଆମ କଡେକଡେ ରହି

ଆଗକୁ ଯିବାକୁ ବାଟକୁ ବତାନ୍ତି

କେତେକଥା ମାନ କହି।

ଆମେ ସବୁ କଢି ବଗିଚାରେବଢି

‌‌‌‌‌‌ମହକେଇଦେବୁ ଜନେ

ସେନେହ ଶରଧା ବାଣ୍ଟିବୁ ସର୍ବଦା

ଥାଇ ବନେ ଉପବନେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash