STORYMIRROR

puspalata samantary

Others

2  

puspalata samantary

Others

ବିଡମ୍ବିତ

ବିଡମ୍ବିତ

1 min
255

ସ୍ୱପ୍ନ ଆଜି ଏ ସଂସାରେ

ବିକ୍ରି ହେଉଅଛି,

ସୀମା, ସାମର୍ଥ କୁ ବ୍ୟକ୍ତି ଟି ଭୁଲି ଯାଉଛି ।

ବିଚରା ଟି କିପରି ସେ ସୁଖରେ ବଞ୍ଚିବ,

ଏହା ଭାବି ଆତ୍ମହରା

ହେବା କି ସମ୍ଭବ ?

ଅଣ୍ଡାଳି ଅଣ୍ଡାଳି ଥଳ

କୂଳ ପାଉ ନାହିଁ,

ଇଚ୍ଛାଶକ୍ତି ଅସଂଯତ

କିନ୍ତୁ କରିବ ସେହି ?

ଅସମ୍ଭବ ଆବଶ୍ୟକ

ତାର ପରିଣତି,

କାମନା ବାସନା ନାଶ

କରେ ଚିତ୍ତବୃତି।

ଅଳିକ ପଛରେ ଧାଇଁ

ସୁଖଶାନ୍ତି ନଷ୍ଟ ।

ମରୀଚିକା ପଛେ ଧାଇଁ

ହେଉଛନ୍ତି ଭ୍ରଷ୍ଟ ।

ସର୍ବଶ୍ରେଷ୍ଠ ପ୍ରାଣୀ ପରି

ଚୟ କଳଙ୍କିତ,

ପରିକଳ୍ପନା ର ପରିଣତି ବିଡମ୍ବିତ।


Rate this content
Log in