ବିଚିତ୍ର ଲୀଳା
ବିଚିତ୍ର ଲୀଳା
1 min
148
ସକାଳେ ସୁରୁଜ ,ସନ୍ଧ୍ୟାବେଳେ ଜହ୍ନ
ଶରୀରରେ ଆତ୍ମା ,ନିଦରେ ସପନ
ବିଚିତ୍ର ଲୀଳାରେ ସମଗ୍ର ଜୀବନ
ରଚନା କରୁଛ ହେ ଜଗମୋହନ
ସରସିରେ ପଦ୍ମ , ଗଜ ଶିରେ ରତ୍ନ
ବିଶ୍ୱ ବ୍ରହ୍ମାଣ୍ଡର ନେଉଅଛ ଯତ୍ନ
ଫୁଲରେ ମହକ , ସାମୁକାରେ ମୋତି
ଜଙ୍ଗଲେ ଭରିଲ ବୃକ୍ଷ ନାନା ଜାତି
ପର୍ବତ ଗର୍ଭରେ ମାଣିକ ଖଞ୍ଜିଲ
ଅର୍ଜୁନକୁ ବିଶ୍ୱ ରୂପ ଦେଖାଇଲ
ପଥରରୁ ତୁମେ ନାରୀ ସୃଷ୍ଟି କଲ
ଶବରୀ ହାତରୁ ଅଇଁଠା ଖାଇଲ
ତଥାପି ଦୁନିଆ ନବୁଝି ତୁମକୁ
ଦୋଷ ଦେଉଥାଏ ସର୍ବଦା ପରକୁ
