Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ବିଭାଘର ସ୍ୱୀକାର ପତର

ବିଭାଘର ସ୍ୱୀକାର ପତର

1 min
130


ମୁଁ ପଠନ କରିଛି ଯେ ଗୀତା ପଢାଇଲେ ଭଣ୍ଡ ଓ 

ଠକକୁ ଫେରେନି ଆଦର୍ଶ ଓ ଭଲ ବାଟକୁ

ଅକର୍ମା ସାଜେନି ଚାବି ପକାଇ ନିବୁଜ କୋଠରୀରେ 

ରଖିଦେଲେ ଜଣେ କର୍ମଠ ଲୋକକୁ |୧|


ଲେଖୁଛି ଅଧିକାଂଶ ଲୋକାଚାର ସତକଥାର ମହାନତା 

ଆମ ଧରମର ଅନେକ ପ୍ରଥାକୁ

ଟିଭି ମୋବାଇଲ ଯୁଗରେ ଆମରି ଶିକ୍ଷିତ ପରିବାର 

ଏବେ ପାଶୋରି ଦେଲେଣି ଯାହାକୁ |୨|


ଝିଅ ବିଭା ଲାଗି କନିଆଁ ଘର ଲୋକେ ବର ଘରକୁ 

ଥାନ୍ତି ସ୍ୱୀକାର ପତର ପଠେଇ

ତାହା ଉଦ୍ଦିଷ୍ଟ ବର ବାରଯାତ୍ରୀ ବନ୍ଧୁ ବାନ୍ଧବଙ୍କ ସହ 

ପାଟ ପଟୁଆରରେ ଆସିବା ପାଇଁ |୩|


ନିମନ୍ତ୍ରଣର ଜବାବେ ବରଘର ଲୋକେ କନିଆଁ ଘରକୁ 

ସନମତି ସଜରେ ମାନିଲେ ଦିଅନ୍ତି ଜଣେଇ

ଏହାପରେ କନିଆଁ ଘର ଲୋକେ ସେମାନଙ୍କୁ ଆସିବାକୁ 

ଅନୁମତିରେ ବାହା ରୋଷଣି ଆରମ୍ଭ ହୁଅଇ |୪|


କନିଆଁଘର ସଜରେ ଥାଏ ଝିଅ ପାଇଁ ସୁନା ଗହଣା ଓ

ନିତିଦିନିଆ ଜିନିଷ ବେଭାର 

ଅଳତା ସିନ୍ଦୂର କଳା ପାଉଡର ସାବୁନ ନଖ ପାଲିସି ଅଇନା  

ପାନିଆ ଶାଢୀ ଶାୟା ଶଙ୍ଖା ଅତର |୫|


ସବୁଠୁ ପ୍ରଧାନ ଜିନିଷ ହେଲା ସନମତି ପତର ଓ ତା 

ବିନା ସନମତିର ମହତ କିଛି ତ ନଥାଏ 

ବରଘର ଅବଧାନେ ଲେଖନୀ ମୁନରେ ତାଳ ପତର 

ଉପରେ ତାହା ତ ଲେଖି ଥାଏ |୬|


ବାକ୍ସରେ ରଖା ହବା ଆଗରୁ ସେଇଟିକୁ ପାଞ୍ଚ ଲୋକଙ୍କ 

ଆଗରେ ପଢି ଶୁଣେଇ ଦିଆଯାଏ

ସନମତି ବାକ୍ସ ସଜ ପରେ ତହିଁରେ ତାଲା ଚାବି ଲଗେଇ 

କନିଆଁର ଗାଧୁଆ ସଜ ବାକ୍ସ ସହ ରଖାଯାଏ |୭|


ଏକ ଶିଶୁ ବର ସହିତ ଥିଲେ ଶିଶୁହତ୍ୟା ପାପ ଡରରେ 

ବର ଓପରେ କେହି ଚଢଉ କରିବେ ନାଇଁ

ବର ସହିତ ଜଣେ ଛୋଟ ପୁଅକୁ ପଠେଇବା ପରମ୍ପରାକୁ 

ମାର୍କୁଣ୍ଡି ପରମ୍ପରା ବୋଲି କହୁଥାଇ |୮|


ପୁଅଠାରୁ କନକ ଆଞ୍ଜୁଳି ନେଇ ସବୁ ବୋଉମାନେ ବରକୁ 

ରୋଷଣିକୁ ଛାଡନ୍ତି

ଶଙ୍ଖ ବାଜା ଆଉ ହୁଳୁହୁଳି ଭିତରେ ବର ଚାଉଳ ଆଞ୍ଜୁଳିକୁ

ପାନିକି ଭିତରେ ଓଜାଡି ପାନିକିରେ ବସନ୍ତି |୯|


ବର ଆଉ ମାର୍କୁଣ୍ଡି ପାନିକି ଭିତରେ ବସିଲାକ୍ଷଣି ବେହେରା

ମାନେ ପାନିକି କାନ୍ଧେଇଥାନ୍ତି

ଆଗରେ ତିନି ପଛରେ ତିନି ଇମିତି ଛ’ ଜଣ ବେହେରା 

ପାନିକିକୁ ରୋଷଣି ପଡିଆ ଯାଏ ବୋହିନିଅନ୍ତି |୧୦|



Rate this content
Log in