ଭୂତକୋଠି
ଭୂତକୋଠି


ପିଲାଦିନେ ଅଜା କହୁଥିଲେ ଗପ ସଞ୍ଜବେଳେ ବସି
ଶୁଣିକରି ଆମେ ସବୁପିଲା କେତେ ହେଉଥିଲୁ ଖୁସି।
ଦିନେ ଅଜା କହିଥିଲେ ଆଜି ମୁଁ କହିବି ଭୂତ ଗପ
ଡରିବନି କେହି ତୁମେ ଗଳାରେ ପକାଇ ଦିଅ ଛେପ।
ଆମ ଗାଆଁ ମୁଣ୍ଡ ବରଗଛ ମୂଳେ ଅଛି ଯେଉଁ କୋଠି
ଲୋକେ କୁହନ୍ତି ପ୍ରେତାତ୍ମାମାନେ ସେଠି ରୁହନ୍ତି ଏକାଠି।
ହେଲେ ଏକଥା ମୋ ମନକୁ ପାଏ ନାହିଁ କେତେବେଳେ ବି
ଦିନେ ଭାବିଲି ଏକୁଟିଆ ଯାଇ ମୁଁ ପରୀକ୍ଷା କରିବି।
ସେଥିପାଇଁ ମନ ମଧ୍ୟେ ସାହସର ସହ ବାନ୍ଧି ଆଣ୍ଟ
ଧରିଥିଲି ହାତେ ମୋର ଗୋଟିଏ ବେଗୁନିଆ ଛାଟ।
ସଞ୍ଜ ଦିଆ ବେଳେ ଚାଲିଥିଲି ମୁଁ ଆଗକୁ ମାଡ଼ି ମାଡ଼ି
ଉପର ମୁହାଁ ହେତୁ ପଡ଼ିଗଲି ପଥରେ ଝୁଣ୍ଟି ପଡ଼ି।
ପଡ଼ି ଉଠି ଚାଲିଲି ମୁଁ କୋଠିର ନିକଟକୁ ଧରିବାଡ଼ି
କିଛି ନ ଭାବି ସାହସର ସହ ଭିତରକୁ ଗଲିମାଡି।
ସେଠି ବୁଲିବୁଲି ଯାହା ଦେଖିଲି ଖାଲି ସାପ ବେଙ୍ଗ ରଡ଼ି
ଚାରିଆଡ଼େ ଅନବନା ଗଛ ଲତା ଯାଇଛନ୍ତି ମାଡ଼ି।
ଭୂତ ପ୍ରେତ ବୋଲି କିଛି ନାହିଁ ସେହି କୋଠିର ଭିତରେ
ଲୋକେ ଭୟ କରୁଥାନ୍ତି ଖାଲି ତୁଛା ମନର ଭ୍ରମରେ।
ମନରୁ ଭୟ ଦୂର କରି କରିଯାଅ କରମ ସର୍ବତ୍ର
କିଛି କରି ପାରିବେ ନାହିଁ ସଂସାରେ ଭୂତ ଅବା ପ୍ରେତ।