ଭୂଲ
ଭୂଲ
1 min
755
ମାପକାଠିଟିଏ
ବନାହୋଇ ରହିଛି
କେଉଁ ଆବହମାନ କାଳରୁ
ଭଲ ଆଉ ଭେଲ ର
ଠିକ୍ ଆଉ ଭୁଲର।
ସମସ୍ତ କାମ ଯାହା
ଖୁସି ଦିଏ ଅନ୍ୟକୁ,
ଯାହା ସମାଜ ପାଇଁ
ହିତକାରୀ,
ଯେଉଁକାମ ପାଇଁ ମିଳେ
ହାତ ତାଳି ଓ ସାବାସୀ
ଯେଉଁ କାମ ପାଇଁ
ମଣିଷ ଅମରତ୍ବ ଲାଭ କରେ
ଅଗଣିତ ଜନତାଙ୍କ ସ୍ମୃତିପଟରେ
ତାହାକୁ ନାମ ଦିଆଯାଏ 'ଭଲ'।
ଭଲର ବିପରୀତ ଦିଗରେ ଗଲେ
ବା ତା'ର ବିପରୀତ
କାର୍ଯ୍ୟ କଲେ
ତାହା ହୁଏ ଭେଲ
ଯାହାକୁ କେହି କରନ୍ତିନି ପସନ୍ଦ
କାରଣ
ତାହା ଥାଏ ଭୂଲ।
*** ମିନାକ୍ଷୀ ସାମଲ ***
