STORYMIRROR

pravasini Senapati

Others

3  

pravasini Senapati

Others

ଭୁଲ୍ ଠିକଣା

ଭୁଲ୍ ଠିକଣା

1 min
227

ଜୀବନର ଅଙ୍କା ବଙ୍କା 

ଅନ୍ଧାରୀ ରାସ୍ତାରେ

ତୁମକୁ ମୁଁ ଖୋଜୁ ଥିଲି 

ଭୁଲ୍ ଠିକଣା ରେ ।(୧)


ଜାଣି ମୁଁ ନଥିଲି ତୁମେ

 ଅଛ ମୋ ଭିତରେ

ମୋ ସୁଖ,ଦୁଃଖରେ ଆଉ 

ମୋ ଭଲ ମନ୍ଦ ରେ ।(୨)


ଜଗତର ନାଥ ତୁମେ

ସର୍ବ ଘଟେ ସ୍ଥିତ

ମୋ ହୃଦୟ ଶ୍ରୀ ମନ୍ଦିରେ

ତୁମେ ବିରାଜିତ ।(୩)


ମୃଗତୃଷ୍ଣା ପରି ମୁଁ ଯେ

କସ୍ତୁରୀ ଭ୍ରମରେ

ତୁମ ସ୍ଥିତି ଖୋଜୁଥିଲି

ମଠ, ମନ୍ଦିର ରେ ।(୪)


ଖୋଜି ଖୋଜି ପାଇଛି ମୁଁ

ତୁମରି ଠିକଣା 

ତୁମ ପ୍ରେମେ ମହକାଅ

ମୋ ମନ ଅଗଣା(୫)


ସଂକୀର୍ଣ୍ଣ ଭାବନା ଠାରୁ

ମୋତେ ଦୂର କରି

ମୋ ହୃଦୟେ ପବିତ୍ରତା

ଦିଅ ପ୍ରଭୁ ଭରି ।(୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍