STORYMIRROR

Jesu christ Muduli

Others

4  

Jesu christ Muduli

Others

ବହୁ ରୂପୀ

ବହୁ ରୂପୀ

1 min
1.2K

ତୁମେ ସର୍ଵଂ ସହା ଧରଣୀ

ପୁଣି ସ୍ନେହୀ ଜନନୀ

କେବେ ସୁଭଦ୍ରା ଭଗିନୀ

ପୁଣି ସୁ ଅର୍ଦ୍ଧାଙ୍ଗିନୀ ।

ତୁମ ଯେ ସୃଷ୍ଟିର କବିତା

ପୁଣି ଜନକ ଦୁହିତା

ମାତା ସୀତା

ଝାନସିର 

ରାଣୀ ତୁମେ ଜଗତଜିତା ।

ଦ୍ରୌପଦୀର ଗାଥା

ଅଧର୍ମର ଚିତା ପୁଣି

ଧର୍ମର ଗୀତା ।

ତୁମେ ମାଟିରୁ 

ଆକାଶ ସାଗରର ପାଣି

ତୁମେ ଦୁର୍ଗତି ନାଶିନି

ଅଭୟ ଦାୟିନୀ

ସଙ୍କଟ ହାରିଣୀ ।

ପୁଣି ଜଗତ ଜନନୀ

ମାଆ ତାରିଣୀ

ତୁମେ ନାରୀ

ତୁମେ ନାରାୟଣୀ ।

ରୋଗୀ ପାଇଁ

ଯାଦୁ ସଂଜୀବନୀ

ଦୁଃଖୀପାଇଁ

ଶାନ୍ତି ର ରାଗିଣୀ ।

ତୁମ ହସିଲେ

ଝରେ ରୋଷଣୀ

ଆଉ କାନ୍ଦିଲେ ଲାଗେ ଅଗନି ।

ଫାଟେ ମେଦିନୀ

ତୁମ ବିନା

ନା ଦିବସ

ନା ହେବ ରଜନୀ

ନା ହେବ ରଜନୀ ।


Rate this content
Log in