ବହୁ ରୂପୀ
ବହୁ ରୂପୀ
ତୁମେ ସର୍ଵଂ ସହା ଧରଣୀ
ପୁଣି ସ୍ନେହୀ ଜନନୀ
କେବେ ସୁଭଦ୍ରା ଭଗିନୀ
ପୁଣି ସୁ ଅର୍ଦ୍ଧାଙ୍ଗିନୀ ।
ତୁମ ଯେ ସୃଷ୍ଟିର କବିତା
ପୁଣି ଜନକ ଦୁହିତା
ମାତା ସୀତା
ଝାନସିର
ରାଣୀ ତୁମେ ଜଗତଜିତା ।
ଦ୍ରୌପଦୀର ଗାଥା
ଅଧର୍ମର ଚିତା ପୁଣି
ଧର୍ମର ଗୀତା ।
ତୁମେ ମାଟିରୁ
ଆକାଶ ସାଗରର ପାଣି
ତୁମେ ଦୁର୍ଗତି ନାଶିନି
ଅଭୟ ଦାୟିନୀ
ସଙ୍କଟ ହାରିଣୀ ।
ପୁଣି ଜଗତ ଜନନୀ
ମାଆ ତାରିଣୀ
ତୁମେ ନାରୀ
ତୁମେ ନାରାୟଣୀ ।
ରୋଗୀ ପାଇଁ
ଯାଦୁ ସଂଜୀବନୀ
ଦୁଃଖୀପାଇଁ
ଶାନ୍ତି ର ରାଗିଣୀ ।
ତୁମ ହସିଲେ
ଝରେ ରୋଷଣୀ
ଆଉ କାନ୍ଦିଲେ ଲାଗେ ଅଗନି ।
ଫାଟେ ମେଦିନୀ
ତୁମ ବିନା
ନା ଦିବସ
ନା ହେବ ରଜନୀ
ନା ହେବ ରଜନୀ ।