STORYMIRROR

Chinmaya Kumar Nayak

Others

4  

Chinmaya Kumar Nayak

Others

ଭ୍ରମିତ ମାନବ

ଭ୍ରମିତ ମାନବ

1 min
349

ଚାରିଆଡ଼େ ଯନ୍ତ୍ରର ରାଜୁତି

ବିଳାଶର ଅନେକ ପ୍ରସ୍ତୁତି

ଦେହ ପାଇଁ ଏଠି ମନ ଭାଙ୍ଗିଯାଏ

ଆଧୁନିକତାର ଏଇ ବୋଧେ ସୀମାହୀନ ଗତି। 


ଋତୁ ଆଜି ବାଟଭୁଲା ପାନ୍ଥ

ସମ୍ପର୍କରେ ଗଢ଼ିଉଠେ କାନ୍ଥ

ମନକଥା ଆଜି ମନେ ମରିଯାଏ

ସର୍ବେ ଏଠି ଆଜି ମୋହଗ୍ରସ୍ତ ସନ୍ଥ।


ବ୍ୟଭିଚାର ଆଜି ସ୍ୱତଃ ଓ ସହଜ

ଧୀରେ ଧୀରେ ବସ୍ତ୍ର ଆଜି ଲାଗେ ଅସହଜ

କେଜାଣି ଆଧୁନିକତାର କି ମୋହ ଘାରିଛି

ଆଦର୍ଶ ନାମରେ ଚାଲେ ଅସତ୍ୟ ବଣିଜ।


ମରୀଚିକା ପଛରେ ଧାଉଁଛି ଜୀବନ

ତୃପ୍ତ ହୁଏନାହିଁ ତୃଷ୍ଣା କିନ୍ତୁ ଭିଜୁଛି ନୟନ

ଭାଙ୍ଗିଯାଏ ପରମ୍ପରାର ଜରାଜୀର୍ଣ୍ଣ ସୌଧ

ଭ୍ରମିତ ମାନବ କରେ ତମିସ୍ରା ସନ୍ଧାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍