ଭୋକ
ଭୋକ
1 min
303
ସଭିଏଁ ଜଳନ୍ତି
ଭୋକର ଦାଉରେ।
କେହି କେହି ଏଠି
ମନର ଭୋକରେ,
ପୁଣି କିଏ
ଦେହର ଭୋକରେ,
ଗରିବିର ଭୋକ
ସର୍ବତ୍ର ଵ୍ୟାପିଚି,
ସଵୁଠୁ ଯନ୍ତ୍ରଣା
ଦି ମୁଠା ଭାତର ଭୋକ,
ଦିନ କଟିଗଲେ
ମନର ଭୋକ ମିଣ୍ଟି ଯାଏ,
ରାତି କଟିଗଲେ
ଦେହର ଭୋକ କଟେ,
ମୁଠାଏ ଟକ୍କା
ଗରିବିର ଭୋକ ଦିଏ ମାରି,
ଦି ମୁଠା ଭାତରେ
ସରିଯାଏ ପେଟର ଭୋକ,
