ଭୋକ
ଭୋକ
1 min
230
ସବୁ ଦିନ ଏମିତି ଭୋକ ମାରେ
ପେଟକୁ ଫୁଟାଇ
ଶୁଖିଲା ହାଣ୍ଡିରେ
ଅଭାବର ଚୂଲିରେ
ଜଳି ଜଳି ମରିବା ହିଁ ସାର ହୁଏ
ଅହରହ ବିକଳରେ
ହେଲେ କିଏ ବୁଝେ
ପେଟ ତଲର ଦହନ
ଭୋକର କଲବଲ
ବେସାହାରା ଜୀବନର
ଭଙ୍ଗା ମାଟି କୁଡିଆରେ।
