STORYMIRROR

Prasanna Kumar Das

Others

4  

Prasanna Kumar Das

Others

ଭୋକ

ଭୋକ

1 min
228

"ଭୋକ" ଶବ୍ଦ ବହୁ ଭାବାପନ୍ନ ।

କି ଭାବେ ପରିଭାଷିତ କରିବି ମୁଁ କୁହ

ଶବ୍ଦ ଭାବ ସବୁ ଶୂନସାନ

ଏଣୁ ଅଭାଜନ ।।


ଭୋକ ଜ୍ୱାଳାରେ ଜଳନ୍ତି

ଇନ୍ଦ୍ରିୟ ସନ୍ତତ

ଅବିଚାରେ ଅଜ୍ଞାନେ ଉନ୍ମତ୍ତ,

ସଦା ଅଶାନ୍ତ ଅତୃପ୍ତ

ଭୋଗ ଅନୁରାଗେ

କାମିନୀ କାଞ୍ଚନ ପ୍ରାପ୍ତି

ଅସୀମ ବାଞ୍ଛିତ।।


ପେଟ ଭୋକ ସଭିଙ୍କର ଥାଏ

କଳା ବିଦ୍ୟା ପ୍ରାପ୍ତି ଲିପ୍ସା

ଥାଏ ବା କାହାର,

ଗୋଷ୍ଠୀ ସମାଜରେ ମାନ ପ୍ରତିଷ୍ଠା 

କେ ଚାହେଁ 

ଜ୍ଞାନ ବୈରାଗ୍ୟ ସନ୍ତୋଷେ

ଭୋକ ଜ୍ୱାଳା ପ୍ରଶମନ ହୁଏ ।।

     ******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍