STORYMIRROR

Santosh Pattnayak

Others

3  

Santosh Pattnayak

Others

ଭୋକ

ଭୋକ

1 min
234


ଜିତିବା ନିଶାରେ ଚରିତ୍ର ଦହନ 

  କାମ ଭୋକ ସର୍ବ ସୁଖ 

ଆଧିପତ୍ୟ ନିଶା ଆଜିବି ଜୀବିତ 

   ଅହଙ୍କାର ବଡ ଭୋକ 

  ଦାରିଦ୍ର୍ଯତା ପାଳେ ଶୋକ 

ଅହରହ ଖାଲି ପାଇବାର ନିଶା 

   ସମ୍ଭ୍ରାନ୍ତ ପିଅଇ ରକ୍ତ ....0


ବଦଳେ ଦୁନିଆଁ ବଦଳୁଛି ନୀତି 

   ବଦଳୁନି କିନ୍ତୁ ଭୋକ 

ଉଦର ଚିନ୍ତାରେ ଅସ୍ତବ୍ଯସ୍ତ ଜୀବ 

   ଦାନା ଚିନ୍ତା ବଡ ଦୁଃଖ

   ଭୋକହିଁ ନିରାଟ ସତ 

କିଏ କରେ ଦାରୀ କିଏ ପୁଣି ଚୋରି 

   ମାଗଇ କିଏସେ' ଭିକ .... ୧


ବାହୁନି କାନ୍ଦୁଛି ଇଛା ମୁତାବକ 

   ନାମ ସ୍ବାଭିମାନ ଭୋକ 

ଝାଉଁଳି ଗଲାଣି ଲତାଟିଏ ଭଳି 

  ନାହିଁ ଆଉ ରୂପ ଭେକ

   ହୃଦରେ କଷଣ ମାଖି 

ଭୋକର ମହତ୍ତ୍ୱ କହିସେ' ପାରିବ 

    ଉପାସରେ ଥିବା ଦୁଃଖି....୨

   -------------

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍