STORYMIRROR

Sanjeeb Kumar Nag

Others

3  

Sanjeeb Kumar Nag

Others

ଭୋକ କଣ

ଭୋକ କଣ

1 min
390

ଭୋକ କଣ...

ରାସ୍ତା କଡରେ ପଲିଥିନ ଗୋଟାଉଥିବା

ମଳିମୁଣ୍ଡିଆ ପିଲାଠୁ କି ବେଶୀ କିଏ ଜାଣିଛି,

ରେଲଡବାରେ ଝାଡୁମାରି ଗୀତଗାଉଥିବା

ଛିଦ୍ରାଳ ପିଲାଠୁ କି ବେଶୀ କିଏ ଜାଣିଛି!


ଭୋକ କଣ...

ମନ୍ଦିର ପରିସରରେ ଭିକ ମାଗୁଥିବା

ଅନ୍ଧ ଭିକାରୀଠୁ କି ବେଶୀ କିଏ ଜାଣିଛି

ରେଲୱେ ପ୍ଲାଟଫର୍ମ ବାହାରେ ବସିଥିବା

ଲଂଗଡା ଭିକାରୀଠୁ କି ବେଶୀ କିଏ ଜାଣିଛି!


ଭୋକ କଣ...

ସିଆଚୀନର ଋଣାତ୍ମକ ତାପମାତ୍ରାରେ ଦଣ୍ଡାୟମାନ

ବୀର ଯବାନଠୁ କି କିଏ ବେଶୀ ଜାଣିଛି

ମରୁଭୂମିର ମୁଣ୍ଡଫଟା ଖରାରେ ମାତୃଭୂମିର ସୀମା ଜଗିଥିବା

ଯବାନଠୁ କି କିଏ ବେଶୀ ଜାଣିଛି!


ଭୋକ କଣ...

ଏନ୍ତୁଡ଼ି ଶାଳରେ ମାଆକୁ ହରେଇଥିବା

ମାଆ ଛେଉଣ୍ଡ ନବଜାତ ଶିଶୁଠୁ କି କିଏ ବେଶୀ ଜାଣିଛି

ବାର୍ଦ୍ଧକ୍ୟରେ ଘରୁ ତଡା ଖାଇ ଅଲଗା ରାନ୍ଧୁଥିବା

ଅସହାୟ ବୃଦ୍ଧବୃଦ୍ଧାଙ୍କ ଠାରୁ କି କିଏ ବେଶୀ ଜାଣିଛି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍