STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଭଲ ଲାଗେ

ଭଲ ଲାଗେ

1 min
14.2K


ମତେ ଭାରି ଭଲ ଲାଗେ

ମେଘ ଭରା ଆକାଶ,

ଝିପ୍ ଝିପ୍ ବର୍ଷା ରାତି,

ଚପଳାର ପ୍ରକାଶ ।୧।

ଶୀତୁଆ ସକାଳେ ଥିଲେ

କୁହୁଡ଼ିର ଆସର,

ବରକୋଳି ପଡ଼େ ଯଦି

ଗଛ ମୂଳେ ଆମର ।୨।

କଅଁଳିଆ ଖରା ପଡ଼ି

ବୁନ୍ଦା ବୁନ୍ଦା ଶିଶିର,

ଧୂଆଁଳିଆ ଆକାଶରେ

ମିଟ୍ ମିଟ୍ ସୀତାର ।୩।

ନଦୀ ପଠା ହସି ଉଠେ

ପାଇ ଫୁଲ ସମ୍ଭାର,

ଫଳପୁଷ୍ପେ ଭରିଯାଏ,

ପାଇ ମଧୁ କାକର ।୪।

ଆମ୍ୱ ବଉଳର ବାସେ

ଧରା ଉଠେ ଚହଟି,

କୋକିଳର କୁହୁ ତାନେ,

ମନ ଉଠେ ଉକୁଟି ।୫।

ପହିଲି ଅସରା ବର୍ଷା

ମାଟି ପରେ ପଡ଼ିଲେ,

ଭୁରୁ ଭୁରୁ ମାଟି ବାସନା

ଗଛ ପତ୍ର ଝଡ଼ିଲେ ।୬।

ମେଘ ଭରା ଶିରାବଣ

ଘଡ଼ଘଡ଼ି ବିଜୁଳି,

ଭେକ ଝିଣ୍ଟିକାର ନାଦ

ପରିବେଶ ଉଛୁଳି ।୭।

ମତେ ଭାରି ଭଲ ଲାଗେ

ନୂଆ କଥା ଜାଣିଲେ,

ନୂଆ ଲୋକ ନୂଆ ଜାଗା

ଭେଟହେଲେ ପହିଲେ ।୮।

ଆମେ ସବୁ ଶିଶୁଗଣ

ଭଲକାମ କରିବା,

ଯେତେ ଯେତେ ଭଲ କଥା

ମନ ଦେଇ ଶୁଣିବା ।୯।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍