ଭଲ କୋଉଟା
ଭଲ କୋଉଟା
1 min
237
ଛଳନା କରୁଥିଲେ ନୁହେଁ ଭଲ
ପଛକୁ ଥିବ ନିଶ୍ଚୟ ଭେଲ
ଛଳନାରେ କିଏ କହେ କେବେ ମିଛ
ଛଳନାରେ କେହି ପୋତେ କି ଗଛ
ଛଳନାର ମଞ୍ଜି ବୁଣିଲେ ଉଠେ ଯେଉଁ ଦ୍ରୁମ
ସେ ଦ୍ରୁମରେ ନାହିଁ ପକ୍ଷୀ ନାହିଁ ଛାଇ ଖାଲି ଭ୍ରମ
ଛଳନାରେ କେବେ ନାହିଁ ଜୟ
ଛଳନା ମିଥ୍ୟାର ନିଏ ସଦା ଆଶ୍ରୟ
ଛଳନାରେ ଛଳେଇ ଲୋକ ହୁଏ କେବେ ଭଲ
ବେଶି ଦିନ ରୁହେ ନାହିଁ ମିଛ, ସତ ସବୁବେଳେ ଭଲ
